ଛଳନା
ଛଳନା
ଆସିବାର ଥିଲା ଯଦି ମୋର ଜୀବନରେ
ହାତ ଧରି ଛାଡ଼ି ଗଲ କାହିଁ ପୁଣି ଦୂରେ ?
ଭଲପାଇ ଭୁଲିବାର ଥିଲା ଯଦି ମନରେ
ଧରାଦେଲ କାହିଁ ଆସି ମୋର ଏଇ ହାତରେ ?
ଭଲପାଇବାଟା ବୋଧେ ତୁମ ପାଇଁ ଖେଳନା
ଖେଳୁ ଖେଳୁ ଭାଙ୍ଗି ଦେଲଯୋଡ଼ିବାକୁ ଚାହୁଁନା ।
ଭଙ୍ଗା ହୃଦୟରେ ପ୍ରେମଜୁଆର ଉଠେନା
ସବୁକଥା ସବୁବେଳେ ଓଠ କହି ପାରେନା ।
ବଡ଼ ଲୋକ ଝିଅ ଯଦିକଲ କାହିଁ ନିଜର ?
ମନ ଦେଇ ଦେଲା ପରେ କଲ ସାତପର !
ଭୁଲିବାର ଥିଲା ଯଦି କାହିଁ କଲ ଛଳନା ?
ଛଳନାରେ ଛଦ୍ମବେଶଭାବି ମୁଁ ପାରେନା !
