STORYMIRROR

Panchanan Jena

Tragedy

3  

Panchanan Jena

Tragedy

ମଜ୍ଜାଗତ କଳା

ମଜ୍ଜାଗତ କଳା

1 min
161


କଥା ହଜମ କରିବା

ତଥ୍ୟ ଲୁଚେଇ ରଖିବା

ଗୁପ୍ତ ରହସ୍ୟକୁ ଦବେଇ ଦେବା

ମୋ ମତରେ ଗୋଟେ ମସ୍ତବଡ଼ କଳା ।


ତୁମ ଛାତି ତଳର କଥା

ମୋ ମନ ଗହନର ନଥା

ରହିବାକୁ ଦିଅ

ତୁମ ମନ ମଗଜର ବ୍ୟଥା

ମୋ ମନ ମସ୍ତିସ୍କର ଗାଥା

ଶୋଇବାକୁ ଦିଅ

କାରଣ 

ଘରର କଥା ଘରେ ଥାଉ

ମନର କଥା ମନରେ ଭାଉ ।


ଜିରାରୁ ଶିରା କାଢିବା

ଛେନାରୁ ଚୋପା ଛଡେଇବା

ଚକୋଳି ପିଠାର ବିନ୍ଧ ଗଣିବା

ସମସ୍ତଙ୍କ ମତରେ ମୋଟେ ମଜ୍ଜାଗତ କଳା ।


ଛୋଟ ମୋଟ ସମସ୍ୟା କୁ ନେଇ

କୁନି ଚୁନି ବାକ୍ ବିତଣ୍ଡାକୁ ଧ୍ୟାଇ

ପ୍ରଶ୍ନବାଣ ଦାଗି ଚାଲିଲେ 

ତର୍ଜନୀ ନିର୍ଦ୍ଦେଶ କରିଲେ

କଣ ହେବ କହିଲ

ଅନ୍ୟ ସମସ୍ୟା ମୁଣ୍ଡ ଟେକିବେ

ରାସ୍ତା ରୋକିବେ 

ତୁମେ ତୁମ ଦୁନିଆ ସମ୍ଭାଳ

ଆମ ଦୁନିଆ ଭଜାଡ଼ି ଅସମ୍ଭାଳ ।


ମସ୍ତବଡ କଳା ବା ମଜ୍ଜାଗତ କଳା

ମିଳିଲା କଣ ?

ଚିତ୍ର ଚରିତ୍ରର କଳୁଷ କଳା 

କଳା ମୁଣ୍ଡିଆର କାରନାମା କଳା ।


ସୁଖଶାନ୍ତି ହେବ ସାତ ସପନ 

ଦୁଃଖ ଦୁର୍ଦ୍ଧିନ ସହ ଭାଗ୍ୟ ବନ୍ଧନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy