STORYMIRROR

Subhalaxmi Nayak

Tragedy

3  

Subhalaxmi Nayak

Tragedy

ପ୍ରବଞ୍ଚନା

ପ୍ରବଞ୍ଚନା

1 min
134

ଅନେକ ଦିନର ବ୍ୟବଧାନ

ନୀରବତାରେ ଥିଲା ସେ ଅଭିମାନ

ତୁମେ କିଛି କହିବାକୁ ଭାବୁଥିଲ!

ମୁଁ କିନ୍ତୁ ପଢ଼ି ପାରୁଥିଲି

ସେ ନୀରବତାକୁ ସ୍ପଷ୍ଟ ଭାବରେ

ଶବ୍ଦର ସାହାରା ସିନା ତୁମେ ଖୋଜୁଥିଲ

ସେଇ ଶବ୍ଦ ମାନଙ୍କ ଭିଡ଼ର କବିତାରେ

ଲୁକ୍କାୟିତ ତୁମ ନିଃସଙ୍ଗତାକୁ

ଦେଖିପାରୁଥିଲି ମୁଁ ସ୍ପଷ୍ଟ ଭାବରେ

"ମୁଁ ଭଲ ଅଛି" ର ଦ୍ୱାହି ଦେଇ

ଯେଉଁ ହସ ଫୁଟୁଥିଲା ତୁମ ଓଠରେ

ସେଇ ମିଛି ମିଛିକା ହସ ହସ ମୁହଁର

ପଛରେ କୋହ ସବୁକୁ ଅନୁଭବ

କରି ନେଉଥିଲି ମୁଁ ଅନାୟାସରେ

ସତ କୁହ ତ!

ଏକାକୀ ରହିବାର ସଂକଳ୍ପ

ତୁମର କାଳ୍ପିକ ଭାଗ୍ୟର ବିଡ଼ମ୍ବନା?

ନା ତୁମର ମୋ ପ୍ରେମ ପ୍ରତି ପ୍ରବଞ୍ଚନା ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy