STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ବାଇଗଣୀ ରଙ୍ଗର ରହସ୍ୟ

ବାଇଗଣୀ ରଙ୍ଗର ରହସ୍ୟ

1 min
149

ଖେଳିବାଟି ହୋଲି ବାଇଗଣୀ ରଙ୍ଗେ

 ଜ୍ଞାନ ଆଧ୍ୟାତ୍ମିକ ପାଇଁ 

ଆଧ୍ୟାତ୍ମିକତାର ଭାବ ଜାଗି ଉଠେ

  ଅଜ୍ଞାନର ଦୂର ପାଇଁ।


ଅପୂର୍ବ ରହସ୍ୟ ରହିଛି ରଙ୍ଗରେ

  ଚୟନ କରିବା ଏହୁ 

ରଙ୍ଗର ହୋଲିରେ ଖେଳିବାଟି ହୋଲି

  ରଙ୍ଗ ବାଇଗଣୀ ଏହୁ।


ଜ୍ଞାନ ନାହିଁ ରାଷ୍ଟ୍ରେ ଜ୍ଞାନ ଆଧ୍ୟାତ୍ମିକ

  ଅଜ୍ଞାନର ଭାବ ତହିଁ 

ନିଜ ସ୍ୱାର୍ଥ ଲାଭ କାମନାଟି ତାଙ୍କ

  ଯୁଦ୍ଧ କରୁଛନ୍ତି ଯହିଁ।


ରୁଷିଆ ୟୁକ୍ରେନ ଯୁଦ୍ଧ ଭୟଙ୍କର

  କରୁଛି ଚିନ୍ତିତ ସର୍ବେ 

ଫଳାଫଳ ତାର କି ହେବଟି ତହିଁ

  ବୁଦ୍ଧି ଦିଶୁ ନାହିଁ ଏବେ।


ହଜାର ହଜାର ଲୋକ ମରୁଛନ୍ତି

  ଦୁଃଖଦାୟୀ ଅଟେ ଏହୁ 

ଚିନ୍ତା କାର ନାହିଁ ସ୍ୱାର୍ଥରେ ଜଡ଼ିତ

  କିପରି ଦୁନିଆ ଏହୁ।


ଯୁଦ୍ଧ ବନ୍ଦ ପାଇଁ ଚିନ୍ତା ନାହିଁ କାର

  ନିଆଁରେ ଘିଅ ପକାନ୍ତୁ 

ହୁଏ ଏକ ପାଇଁ ପ୍ରତିବନ୍ଧ ତହିଁ

  ଅନ୍ୟକୁ ଅସ୍ତ୍ର ଦିଅନ୍ତି।


କିପରିଟି ଯୁଦ୍ଧ ବନ୍ଦ ହେବ ତହିଁ

 ରାଷ୍ଟ୍ରଙ୍କ ନାହିଁ ବିଚାର 

ନିଜ ହିତ ପାଇଁ ଆଣନ୍ତି ସମସ୍ୟା

 କିମ୍ପା ହିଁ ନାହିଁ ବିଚାର?


ଆଧ୍ୟାତ୍ମିକ ଜ୍ଞାନ ନାହିଁ ହିଁ ତାଙ୍କରେ

 ଅହଂକାର ହିଁ ଭରିଛି 

ନିଜ ସ୍ୱାର୍ଥ ପାଇଁ ଜନ ମାରୁଛନ୍ତି

 କିପରି ରାଷ୍ଟ୍ର ସାଜିଛ?


କର୍ତ୍ତବ୍ୟ ତାଙ୍କର ଯୁଦ୍ଧ ବନ୍ଦ ହେଉ

  କରି କଥାବାର୍ତ୍ତା ତହିଁ 

ଦୁଇ ରାଷ୍ଟ୍ର ଘେନି କଥାବାର୍ତ୍ତା କର

  ଯୁଦ୍ଧ ବନ୍ଦ କର ତହିଁ।


ତାହା ନକରିଣ କରୁଛନ୍ତି ରାଷ୍ଟ୍ରେ

 ଦିଅନ୍ତି ଏକକୁ ଅସ୍ତ୍ର 

ଅନ୍ୟ ପାଇଁ ହୁଏ ପ୍ରତିବନ୍ଧ ନିତି

 କିପରିଟି ତାଙ୍କ ଶାସ୍ତ୍ର।


ଗୁଳିଗୋଳା ତହିଁ ପ୍ରୟୋଗ ଅପାର

 ହୁଏ ରକ୍ତପାତ ଭୂମି 

ହୋଲି ପର୍ବ ପରା ରଙ୍ଗର ଉତ୍ସବ

 ଦିଶେ ରକ୍ତରଙ୍ଗ ଭୂମି।


ବିପର୍ଯ୍ୟସ୍ତ ସ୍ଥିତି ଦିଶେ ରଣକ୍ଷେତ୍ର

 ନାହିଁ ଦୟାମାୟା ତହିଁ 

ରୋଦନ କରନ୍ତି ଜନତା ସେଠାର

 ଦୟା ରାଷ୍ଟ୍ରଙ୍କର ନାହିଁ।


ଏହୁ ରାଷ୍ଟ୍ର ଏକ ପବିତ୍ର ଭାରତ

 ଆଧ୍ୟାତ୍ମିକତା ହିଁ ଯହିଁ 

ଦେଉଛି ସନ୍ଦେଶ ଯୁଦ୍ଧ ବନ୍ଦ ପାଇଁ

 ହେଉ ବାର୍ତ୍ତାଲାପ ତହିଁ।


ନାହିଁ ପ୍ରୟୋଜନ ଯୁଦ୍ଧରେ ହିଁ କିଛି

 କଥାବାର୍ତ୍ତା ପ୍ରୟୋଜନ 

ବାର୍ତ୍ତାଲାପ କରି ସମାଧନ କର

 ଦୁଇ ରାଷ୍ଟ୍ରେ ଦିଅ ଧ୍ୟାନ।


ଭାରତ ହିଁ ଦେଶ ଯୁଦ୍ଧ ବନ୍ଦ ପାଇଁ

 ସବୁବେଳେ ଚେଷ୍ଟାରତ 

ଅନ୍ୟ ରାଷ୍ଟ୍ର ସବୁ ସ୍ୱାର୍ଥରେ ଜଡ଼ିତ

 କରୁଛନ୍ତି କଳଙ୍କିତ।


ବାଇଗଣୀ ରଙ୍ଗ ରଙ୍ଗେ ହିଁ ଖେଳିବା

 ଜ୍ଞାନ ଆଧ୍ୟାତ୍ମିକ ପାଇଁ 

ଜ୍ଞାନର ଭଣ୍ଡାର ଭାରତେ ରହିଛି

 ଦିଏ ଜ୍ଞାନ ବିଶ୍ୱ ପାଇଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy