STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ଆଜିର ମଣିଷ

ଆଜିର ମଣିଷ

1 min
136



ବିଜ୍ଞାନ ବଳରେ

ମଣିଷ ହୋଇଛି

ସବୁଠାରୁ ବଳୀୟାନ,

ଭକ୍ତି ନାହିଁ ଜ୍ୟେଷ୍ଠେ

ସେନେହ କନିଷ୍ଠେ

ହୋଇଛି ଯନ୍ତ୍ର ସମାନ ।


ଧର୍ମ ଅଧର୍ମ କୁ

କିଛି ନ ବିଚାରି

ସ୍ୱାର୍ଥ ରେ ରହେ ଜଡ଼ିତ,

ଧନ ବଳରେ ଯେ

ହୋଇ ବଳୀୟାନ

ପାପ କରଇ ବହୁତ ।


ପର ନାରୀ ଠାରେ

ଆଶା ରଖିଥାଏ

ପର ଧନ ଠାରେ ଲୋଭ,

ପଶୁ ପ୍ରକୃତି ଯେ

ଆଚରଇ ସଦା

ଶ୍ରେଷ୍ଠ ବୋଲିଲେକି ହେବ ।


ହୋଇଣ ବିମୁଖ

କର୍ମ କରିବାକୁ

ବଡ ଲୋକ ହେବା ମନ,

ଲୋଲୁପ ଦୃଷ୍ଟିକୁ

ରଖିଥାଏ ସଦା

ଅନ୍ୟ ଲୋକଙ୍କର ଧନ ।


ଜୀବନ୍ତ ଦେବତା

ନିଜ ପିତା ମାତା

ତାଙ୍କୁ ଭୁଲି ଅଛି ଯିଏ,

ଧନ ଏକା ପୁଣି

ତା ପାଖରେ ବଡ

ଆଜିର ମଣିଷ ସିଏ ।



Rate this content
Log in

Similar oriya poem from Tragedy