STORYMIRROR

Prasanna kumar sahu

Inspirational

3  

Prasanna kumar sahu

Inspirational

ପୁସ୍ତକ

ପୁସ୍ତକ

1 min
122

ପୁସ୍ତକ ଅଟଇ ମଣିଷର ବନ୍ଧୁ 

ଆଜନ୍ମରୁ ହୋଇଥାଏ, 

ସାଙ୍ଗ ଲୋଡିଥିଲେ ନିର୍ବିକାର ଭାବେ 

ଶେଷ ଯାଏଁ ରହି ଥାଏ। 

ଜ୍ଞାନର ସାଗର ଅଟଇ ପୁସ୍ତକ 

ବହୁ ରତ୍ନ ତା ବୁକୁରେ, 

ଆକୁଣ୍ଠ ଚିତ୍ତରେ ଦାନ ଜରେ ସେହି 

ଯିଜ୍ଞାସୁ ପାଠକ ଠାରେ । 

ଦିବା ନିଶି କେବେ ହୁଏନି ବିରକ୍ତ 

ତାକୁ ସାଥୀ କରି ଥିଲେ, 

ଜ୍ଞାନର ରତ୍ନକୁ ଅଜାଡ଼ି ଦିଏ ସେ 

ଆଗ୍ରହୀ ପାଠକ ହେଲେ। 

ଏନ୍ତୁଡ଼ି ଶାଳରେ ପୁରାଣ ପୁସ୍ତକ 

ରହି ଥାଏ ପୁଣି ଶୁଣ, 

ଶ୍ମଶାନ ଭୂମିରେ ମନ୍ତ୍ର ଉଚ୍ଚାରଣ 

ସବୁ ତ ତାହାର ଦାନ ।

ହତାଦର କରି ସେହି ପୁସ୍ତକକୁ 

ଅପାଠୁଆ ହୋଇ ଗଲେ, 

ମଣିଷ ଜନ୍ମଟି ହୁଏ ନିରର୍ଥକ 

କେତେ ଧନ ପାଶେ ଥିଲେ ।

ପୂଜା ପାଇବାକୁ ଦେଶ ବିଦେଶରେ 

ପୁସ୍ତକ ସାହାଯ୍ୟ କରେ ,

ଅମଣିଷ ହୋଇ ରହିବାକୁ ହୁଏ 

ପୁସ୍ତକର ହତାଦରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational