STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ଧୋକାବାଜ୍ ପ୍ରିୟା

ଧୋକାବାଜ୍ ପ୍ରିୟା

1 min
191

ଝୁରୁ ଅଛି ମନ

ଦିବସ ରଜନୀ

ଧୋକାବାଜ୍ ପ୍ରିୟା ପାଇଁ,

ଅବେଳ ରେ ପରା

ଛାଡି ଚାଲି ଗଲା

ମୋର ହାତ ଛାଡ଼ି ଦେଇ।


ମୋର ପ୍ରିୟା ବୋଲି

କୁହେ ସିନା ମୁହିଁ

ନଥିଲି ମୁଁ ତାର ପ୍ରିୟ,

ଯଦି ହୋଇଥାନ୍ତି

ତା ପାଇଁ ମୁଁ ପ୍ରିୟ

ଛାଡି କି ଯାଆନ୍ତା କୁହ।


ଯଦି ହୋଇଥାନ୍ତି

ତା ପାଇଁ ମୁଁ ପ୍ରିୟ

ନିଶ୍ଚେ ସିଏ ଭାବି ଥାନ୍ତା,

କେମିତି ଛାଡ଼ିବି

ପ୍ରିୟ ସାଥୀ ମୋର

ବୋଲି ମନେ ଚିନ୍ତି ଥାନ୍ତା।


ନିଜ ସୁଖ ପାଇଁ

ମୁକତି ଲଭିଲା

ଏ ସଂସାର ଜଞ୍ଜାଳରୁ,

ଛାଡି ଦେଇଗଲା

ଗଢି ଥିବା ରତ୍ନ

ତାର ନିଜ ରୁଧିରରୁ।


ସେମାନଙ୍କ ମୋହ

ମାୟା ତୁଟାଇଣ

ଛାଡି ଦେଇ ଚାଲି ଗଲା,

ତା ପ୍ରିୟ ର ମୋହ

ତା ପାଇଁ ସତରେ

ଶୁନ୍ୟ ହୋଇଯାଇଥିଲା।


ଏଭଳି ଧୋକାକୁ

ଦେଇଥିବା ପ୍ରିୟା

ସଦା ରହି ଅଛି ମନେ,

ଧୋକା ଦେଇ ସିଏ

କି ସୁଖ ପାଇଲା

ଧୋକାବାଜ୍ ସିନା ଜାଣେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy