STORYMIRROR

Prasanna kumar sahu

Abstract

3  

Prasanna kumar sahu

Abstract

ଦୀପାବଳୀ

ଦୀପାବଳୀ

1 min
113

କାର୍ତ୍ତିକ ମାସର ଅମାବାସ୍ୟା ଦିନ

ରାମଚନ୍ଦ୍ର ଫେରିଥିଲେ ସଦନ।


ଚଉଦ ବରଷ ବନବାସ ସାରି

ଆଯୋଧ୍ୟାକୁ ରାମ ଆସିଥିଲେ ଫେରି।


ଅଯୋଧ୍ୟା ବାସୀ ବହୁ ଖୁସି ହୋଇଲେ,

ଅଯୋଧ୍ୟାକୁ ଆଲୋକିତ କରିଦେଲେ ।


ଅଯୋଧ୍ୟା ପୁରୀ ଆଲୋକରେ ସଜ୍ଜିତ

ଅଯୋଧ୍ୟା ବାସୀ ହୋଇଲେ ଆନନ୍ଦିତ।


ପୁରୁଷୋତ୍ତମ ସେ ପ୍ରଭୁ ସୀତା ପ୍ରାଣ

ବରିଥିଲେ ଅଯୋଧ୍ୟା ବାସୀନ୍ଦାଗଣ।


ସେ ପୁଣ୍ୟ ତିଥି ମନେ ରଖିବା ପାଇଁ

ଦୀପାବଳୀ ପର୍ବ ପୁଣି ପାଳିତ ହୋଇ।


ପିତ୍ରୁଲୋକଙ୍କୁ ମହାଳୟାରେ ବରି

ଆଜ ଦିନ ତାହାଙ୍କୁ ବିଦାୟ କରି।


ପିତୃ ଲୋକ ଯେ ଯିବେ ତୀର୍ଥ ସ୍ଥାନକୁ

ଗଙ୍ଗା ଗୟା ଯିବାକୁ କହୁ ତାହାଙ୍କୁ।


ପ୍ରତି ଘରେ ମାଟି ଦୀପ କୁ ଜଳାଇ

ଦୀପାବଳୀ ପର୍ବ ଆମ୍ଭେ ପାଳୁ ଭାଇ।


ହରସ ମନରେ ଏହି ପର୍ବ ପାଳିବା

ଜ୍ଞାନ ଦୀପ ଅନ୍ତରରେ ଜାଳି ଦେବା।


ମୈତ୍ରୀ ଭାବକୁ ଅନ୍ତର ରେ ରଖିବା

ହିଂସା ଦ୍ୱେଷ କପଟ ଜଳାଇ ଦେବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract