STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ଆଜି ମନେପଡେ

ଆଜି ମନେପଡେ

1 min
157

ନିତି ମାଗୁ ଥିଲ

ସମୟ ଟିକିଏ

ସାଥିରେ ଗପିବା ପାଇଁ 

ପାଇଲନି ବୋଲି

ସେତିକି ଟିକକ

ଗଲ ତୁମେ ଛାଡ଼ି ଦେଇ।


ବୁଝି ପାରିଲନି

ମୋର ବ୍ୟସ୍ତତାକୁ

ଯୌଥ ପରିବାର ଠାରେ 

ଅଭିମାନ କରି

ଛାଡି ଚାଲିଗଲ

ଅତୀତକୁ ବସି ଝୁରେ।


ବୁଝି ପାରିଲନି

ମୋର ବାସ୍ତବତା

ଖିଆଲି ଜୀବନ ନୁହଁ 

ଅବୁଝା ହୋଇଣ

ଚାଲି ଗଲ ତୁମେ

କାହାକୁ କହିବି କୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy