STORYMIRROR

Prasanna kumar sahu

Tragedy Crime

3  

Prasanna kumar sahu

Tragedy Crime

ଆତ୍ମ ହତ୍ୟା

ଆତ୍ମ ହତ୍ୟା

1 min
134


ବହୁ ଜନମର

ତପସ୍ୟା ବଳରେ

ପାଇଛେ ମଣିଷ ଜନ୍ମ,

ସବୁ ଠାରୁ ପରା

ମହତ ଜନମ

ବାକି ଜନ୍ମ ହୀନିମାନ।

ବୁଦ୍ଧି ଓ ବିବେକ

ପାଇ ଅଛୁ ବୋଲି

ଏ ଜନ୍ମ ଶ୍ରେଷ୍ଠ ଅଟଇ,

ଏହି ଜନମର

ମହାତ୍ମ୍ୟ ବହୁତ

ଜାଣି ରଖିବା ହେ ଭାଇ।

ଜନମ ବେଲକରେ

ଲେଖା ହୋଇଅଛି

କେଉଁ କାଳ ମରଣର,

ଯେତେ ଚେଷ୍ଟା କଲେ

ନପାରିବା ରୋକି

ମରଣ ଯେ ମନୁଷ୍ୟର।

ଆପଣା ହାତରେ

ଛେଦି ନିଜ ଜିହ୍ୱା

ଦୋଷ ଦେବା ହେ କାହାକୁ,

ଆତ୍ମ ହତ୍ୟା କରି

କାହିଁ ନାସୀ ଦେବା

ସୁନ୍ଦର ଜୀବନ ଟିକୁ।

ଝଡ ଝଂଞ୍ଜା ବହୁ

ଆସିବ ଜୀବନେ

ତାହାକୁ ଡରିବା କାହିଁ,

ସବୁ ସହିଯିବା

ମନର ସାହସ

ସବୁକୁ ଯୁଟାଇ ଦେଇ।

ଆତ୍ମ ହତ୍ୟା ନୁହେଁ

ଏକା ସମାଧାନ

ଜୀବନ ଝଡ ଝଂଜାର,

ଏହି ହୀନ କର୍ମ

କରୁଅଛି ଯିଏ

କରୁଅଛି ପାପ ଘୋର।

ସେହି ପାପ ଫଳ

ଭବିଷ୍ୟତ ପାଇଁ

ହୋଇଣ ରହିବ କାଳ,

ମନୁଷ୍ୟ ଜନ୍ମକୁ

ଆଉ ନ ପାଇବ

ଅପ କରମ ର ଫଳ।

ଆଜି କାଲି ସତେ

ଲାଗେ ଆଚମ୍ବିତ

 ଆତ୍ମହତ୍ୟା ସଂଖ୍ୟା ବଢେ,

ଏତେ ଦୁର୍ବଳ ଯେ

କାହିଁକି ମଣିଷ

କାରଣ ଜଣା ନ ପଡେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy