STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ସ୍ମୃତି ଦାଗ

ସ୍ମୃତି ଦାଗ

1 min
132


ଲିଭିଯିବ ନାହିଁ ସେହି ସ୍ମୃତି ଦାଗ

ଥରେ ଯା ହୋଇ ଯାଇଛି,

ମରିବା ବେଳରେ ସଙ୍ଗତରେ ଯିବ

ସେ ସ୍ମୃତି ଦାଗ କହୁଛି।

ଧାରା ଶ୍ରାବଣର ଝିପିଝିପି ବର୍ଷା

ଆନନ୍ଦ ତୁମ ସହିତ,

ଲିଭିବକି କେବେ ସ୍ମୃତି ପଟଳରୁ

କୁହ ଆହେ ମୋର ମିତ।

ପ୍ରଥମ ରାତିର ଫଗୁଣ ଛୁଆଁଟି

ଲିଭିବ ନାହିଁ ସ୍ମୃତିରେ,

ଜାଳି ପୋଡ଼ି ସିନା ପାଉଁଶ ହୋଇବ

ଜୁଇରେ ମୋର ସାଥିରେ।

ସ୍ନେହର ଚୁମ୍ବନ ତୁମରି ଓଠର

ରହିଛି ଗଣ୍ଡ ଦେଶରେ,

ଆଲିଙ୍ଗନ ତୁମ ନିର୍ଜନ ରାତିର

ବିଦାରି ଥାଏ ହୃଦରେ।

ସବୁ ରହିଅଛି ସ୍ମୃତିଟିଏ ହୋଇ

ଲିଭିବ ନାହିଁ ମନରୁ,

ସବୁଦିନ ପାଇଁ ଲିଭିଯିବ ସିଏ

ଯେବେ ଯିବି ଏ ସଂସାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy