ଆଖି ଭିଜା ପାଣି ବହୁଛି ଉଜାଣି
ଆଖି ଭିଜା ପାଣି ବହୁଛି ଉଜାଣି


ଆଖି ଭିଜା ପାଣି
ବହୁଛି ଉଜାଣି
ବୁକୁ ଥରାଇ ଦେଉଛି
ଖୋଜୁଛି ଭୁଲକୁ
ତୁମେ ଯିବା ଦିନୁ
କିଛି ମୁହିଁ ନପାଉଛି।
କିସ ଭୁଲ ପାଇଁ
ସାଧିଲ ଏତକ
ଜିଅନ୍ତା ମରଣ ସତେ
କେଉଁ ପାପର ଏ
ଫଳର ସ୍ୱରୂପ
ଜଣା ନ ପଡ଼ଇ ମୋତେ।
ଛାତି ପୋଡୁଅଛି
ଉତ୍ତପ୍ତ ଲୁହରେ
ସତେ କି ଜଳନ୍ତା ନିଆଁ
ଭାବି ହେଉନାହିଁ
ଏତେ ଦୁଃଖ ମୋତେ
ଦେଇଛି ଦଇବ କିଆଁ।
ନିତି ଭିଜେ ଛାତି
ଉତ୍ତପ୍ତ ଲୋତକେ
ଚକ୍ଷୁ ବହେ ଅବିରତ
କେଉଁ ପାପ ର ଯେ
ପ୍ରାୟଶ୍ଚିତ ଏହି
ଜାଣି ମୁଁ ପାରିନି ସତ।