STORYMIRROR

Prasanna kumar sahu

Romance

4  

Prasanna kumar sahu

Romance

ଭିଜା ଶ୍ରାବଣ

ଭିଜା ଶ୍ରାବଣ

1 min
414


  

ଭିଜିଥିଲି ମୁହିଁ

ଶ୍ରାବଣ ବର୍ଷାରେ

ଭିଜିଥିଲି ତୁମ ପ୍ରେମେ,

ଆସିଛି ଶ୍ରାବଣ

ଆଜି ବି ଭିଜୁଛି

ତୁମ ପ୍ରେମ ଯେ ମରମେ।


ଶ୍ରାବଣ ବର୍ଷାରେ

ଭିଲିଲା ବେଳକୁ

ମନେ ପଡେ ତୁମ କଥା,

ମିଳୁନାହିଁ ସଖୀ

ତୁମ ପ୍ରେମ ଆଉ

ମରମ ହେଉଛି ବ୍ୟଥା।


ଆସିବ ଶ୍ରାବଣ

ଆହୁରି ଜୀବନେ

ଥିବା ଯାଏଁ ଏ ସଂସାରେ,

ତୁମ ପ୍ରେମ ସଖି

ମିଳିବନି ବୋଲି

ମନ ରହିଛି ବିଧୁରେ।


କେତେ ଯେ ଭିଯିଛି

ତୁମରି ପ୍ରେମରେ

ହୋଇ ଉବୁ ଟୁବୁ ମୁହିଁ,

ସେହି ପ୍ରେମ ଆଜି

ଶ୍ରାବଣ ମୋ ପାଇଁ

କାହିଁ ଆଣି ଦେଉ ନାହିଁ।


କି କରିବ ସିଏ

ସାମର୍ଥ୍ୟ ବାହାରେ

ତୁମ ପ୍ରେମ ମୋର ପାଇଁ,

ଅଯଥାରେ ମୁହିଁ

ଶ୍ରାବଣ ଧାରାକୁ

ମିଥ୍ୟା ଦୋଷଦେବି କାହିଁ।


ତାର ଧର୍ମ ପାଳି

ମୋତେ ସିଏ ସିନା

ତା ଜଳରେ ବୁଡ଼ାଇଛି,

କେଉଁଠି ପାଇବ

ତୁମକୁ ହେ ପ୍ରିୟା

ମନା ସେ କରି ଦେଇଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance