STORYMIRROR

Prasanna kumar sahu

Abstract

4  

Prasanna kumar sahu

Abstract

ଦୀପାବଳୀ

ଦୀପାବଳୀ

1 min
341


ଆମ ପରମ୍ପରା ଚଳି ଆସିଅଛି

ପିତୃ ଲୋକ ଆବାହନ

ପୁଣି ତାଙ୍କୁ ଆମେ କରି ଦେଇଥାଉ

ବିଦାୟ ଦେଇ ସମ୍ମାନ।

ମହାଳୟାରେ ଯେ କରୁ ଆବାହନ

ଆମରି ପିତୃ ଲୋକଙ୍କୁ,

ଦୀପାବଳୀ ଦିନ ଦେଉଛୁ ବିଦାୟ 

ଦୀପ ଦାନ ଦେଇ ତାଙ୍କୁ।

ଏ ପନ୍ଦର ଦିନ କେଉଁଠି ରହିଲେ

କିଏ ତାଙ୍କ ଯତ୍ନ ନେଲା,

ଏହି କଥା ଆମ ନୋହିଛି ବର୍ଣ୍ଟିତ

ସେକଥା କିଏ ଜାଣିଲା।

ରାମ ଚନ୍ଦ୍ର ପରା ଫେରିଥିଲେ ପୁଣି

ବନବାସ ସାରି ଦେଇ,

ଅଯୋଧ୍ୟାର ଲୋକେ ପାଳିଥିଲେ ଏହା

ମନରେ ହରସ ବହି।

ଆମ ପିତା ମାତା ରହିଥିଲେ ପରା

ବୃଦ୍ଧ ଆଶ୍ରମରେ ଯାଇ,

ତାଙ୍କରି ଉଦ୍ଦେଶ୍ୟେ ପାଳୁ ଦୀପାବଳୀ

ମନରେ ହରସ ବହି।

ବାରୁଦକୁ ଜାଳି ବାଣ କୁ ଫୁଟାଇ

ପାଳୁ ଦୀପାବଳି ଏହି,

କାଉଁରିଆ କାଠି ପ୍ରଜ୍ବଳନ କରି

ପିତୃ ଲୋକେ ତଡ଼ି ଦେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract