STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
191


ଯେଉଁକ୍ଷେତ୍ରେ ତୋର ବଡ଼ଦେଉଳହେ

   ସେହୁତ ଉତ୍କଳ ଭୂମି,

ଗୁଞୁ ଅଛି ବିଶ୍ବେ ଠାକୁର ମହିମା

   ଗୌରବ କରୁଛି ଭୂମି।


ଜନନୀର କଳେ ବିରାଜିତ ପ୍ରଭୁ

   ବ୍ରହ୍ମଣ୍ଡ ଠାକୁର ସେହୁ,

ସେହୁ ଦାରୁବ୍ରହ୍ମ ଜଗତ ଈଶ୍ବର

   ଜନନୀର କଳେ ଏହୁ।


ଭୂମି ଓଡ଼ିଆ ଙ୍କ ଉତ୍କଳର ଭୂମି

  ବନ୍ଦେ ଉତ୍କଳ ଜନନୀ,

ବିଚ୍ଛନ୍ନାଚଳ ଭି ଉତ୍କଳର ଭୂମି

  ଛେଉଣ୍ଡ କଲୁ ଜନନୀ।


ହୀନିମାନ ଆଜି ତହରି ସନ୍ତାନେ

  ଶିକ୍ଷା ନାହିଁ ମାତୃଭାଷା,

ଅଜ୍ଞାନୀ ଓଡ଼ିଆ କିଦେଇ ପୂଜିବ

  ହେଉ ଛନ୍ତି ଲୋକହସା।


ଓଡ଼ିଆ ସଂସ୍କୃତି ରହିଛି ଏଠାରେ

  ହୋଇଛି ଟି ଶିକ୍ଷା ଶୂନ୍ୟ,

ନାହାନ୍ତି ଶିକ୍ଷକ ଶିକ୍ଷା ଦେବା ପାଇଁ

  ଓଡ଼ିଆ ବହି ଭି ଶୂନ୍ୟ।


ତଥାପି ଜନନୀ ତହର ହିଁ ଭକ୍ତି

  ଶରୀରରେ ନିୟୋଜିତ,

ପ୍ରତ୍ୟେକ ମୁହୂର୍ତ୍ତ ଜଗନ୍ନାଥ ପାଇଁ

  ମନ ହୁଏ ଆତୁରିତ।


ଥିଲା ସିଂହଭୂମି ଉତ୍କଳର ମଣି

  କହିଥିଲେ ଗୋପବନ୍ଧୁ,

ଦେଖ ଆଜି ତାର ଅବସ୍ଥାକୁ ଥରେ

  କେହୁ ନାହିଁ ତାର ବନ୍ଧୁ।


ଜନନୀ ନଜର ନ ପଡେ ଏଠାରେ

  କରିଛି ଉତ୍କଳ ପର,

ଶିକ୍ଷା ମାତୃଭାଷା ନ ମିଳେ ଏଠାରେ

  ଦୁର୍ଭାଗ୍ୟ ହୀନ ଆମର।


ଚକାନୟନର ନଜର ନପଡେ

  ଶିକ୍ଷା ଶୂନ୍ୟ ଅଛି ଭୂମି,

ପାରିବ କି ଭୁଲି ଉତ୍କଳ ଜନନୀ

  ଉତ୍କଳ ବିଚ୍ଛନ୍ନ ଭୂମି।


ବନ୍ଦନୀୟ ତୁହି ଉତ୍କଳ ଜନନୀ

  ବିଚ୍ଛନ୍ନାଚଳରୁ ଆମ,

ନଜର ଦିଅ ମାଆଁ ଛେଉଣ୍ଡ ସନ୍ତାନେ

  ରହୁ ମାତୃଭାଷା ଆମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy