STORYMIRROR

SUKANTA KHANDA

Tragedy Others

3  

SUKANTA KHANDA

Tragedy Others

ଦାନ

ଦାନ

1 min
206


ଦାନରେ ପୂଣ୍ଯ ମିଳେ

ମୁଁ କହୁନାହିଁ ଧର୍ମ ଇତିହାସ କହେ।


କିନ୍ତୁ କୁହନ୍ତୁ ତ ଜଗତ କଲ୍ଯାଣ ହେଲେ ବି

ନିଜର କଲ୍ଯାଣ କେତେ?

ନିଜକୁ ବୁଝନ୍ତୁ ଆଉ 

ଦାନ ଦେବା ଆରମ୍ଭ କରନ୍ତୁ।


ଭୁଲି ଯାଆନ୍ତୁ ଧର୍ମ ଇତିହାସ କଥା

ସ୍ବୟଂ ଅଧୁନା ସମୟକୁ ଦେଖି

ଦାନ କରିବେ ତ

ବୁଝିବେ ଦାନର ମହିମା।


ସତ୍ଯ ତ ଏଇଆ ଆପଣଙ୍କ ଦାନ

ମୂଲ୍ଯହୀନ ହେବ

ଯେତେ ଦେଲେ ବି ତାଙ୍କର ପେଟ ପୂରିବନି କି

ଆପଣଙ୍କ ପାଖରେ କୃତାର୍ଥ ହେବେନି

ଓଲଟି ଚେର କାଟିବାକୁ ଲାଗି ପଡି଼ବେ।


ସେ ସମୟର ଦଧିଚୀ ଆଉ

ସେ ସମୟର ବଳୀ ବି ଆଜି ନାହାନ୍ତି।


ଦଧିଚୀ ଦାନ ଦେଇ ମରିଗଲେ

ବଳୀ ମଧ୍ଯ ଦାନଦେଇ ଅଥଚ 

ଏବେ ଯଦି ଆପଣ କାହାକୁ ଦାନ ଦେବେ ତ

ଠାକୁର ସହ ଖଟୁଲି ଖାଇବାକୁ ଭଣଭଣ ଲୋକ ହିଁ ପାଇବେ।


ଆଜ୍ଞା ଦାନ ଦେବୁ ନା ଦାନ ଗ୍ରହଣ କରିବୁ?

ସବୁ ତ ଏ କଳି କାଳରେ 

ଗୋଟିଏ ଗୋଟିଏ ଭେଳିକି।


ଆଜିକାଲି ଦାନ ଯିଏ ଦେଉଛନ୍ତି

କେଉଁଠୁ ଭଲକି ମାରି ଦେଇଥିବେ

ଅଥବା ଦାନ ନାମରେ ଦେଖେଇ ହେବା

ଯଦି କେହି ବି ଦାନ ନେଉଛନ୍ତି

ଭରପୂର ଶଠତା

ଗରିବ ନାମରେ ଧନୀ ହିଁ ଧନୀ ହୋଇଥିବେ ନିଶ୍ଚୟ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy