କରୋନା ଦୁଃଖ
କରୋନା ଦୁଃଖ
Dear Diary
କରୋନା କରୋନା ପଡିଛି ହୁରି
ଘରୁ ଆଉ ହେଉ ନାହିଁ ବାହାରି
କଣ ବା ପାରିବା କରି
ମଣିଷ ମରନ୍ତି ପିମ୍ପୁଡି ପରି
ଦୋକାନ ବଜାର ବେପାର ମାନ୍ଦା
ବନ୍ଦ ହୋଇଗଲା ଯେତେକ ଧନ୍ଦା
ଭାଗ୍ୟକୁ କରିଣ ନିନ୍ଦା
ସବୁରି ମୁହଁରେ ମାସ୍କ ବନ୍ଧା
ବାହାରେ ଗୋଡେଇ ପୋଲିସ ମାରେ
ମଣିଷ ମରୁଛି ଘର ଭିତରେ
ରହି ଭୋକ ଉପାସରେ
ଏ ଦୁଃଖ କହିଲେ ଜମା ନସରେ...।
