STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଛବି ମଣିଷ

ଛବି ମଣିଷ

1 min
252


ଚଷମା!

କଳା ଫ୍ରେମ ଭିତରେ ଦୁଇଟି

ଗୋଲ ଗୋଲ କାଚ

କାନ୍ଥ,ବାଡ଼,ପୋଷ୍ଟର,ବ୍ୟାନର

କାଯ୍ୟାଳୟ,ପୁସ୍ତକ

ମାଟି,ମଣିଷ ଆତ୍ମାରେ

ଛାଇଛି 

ଅଦୃଶ୍ୟରେ ପିନ୍ଧିଛି କେହି

ପ୍ରତୀକ      

ସଂଙ୍କେତ

ସ୍ୱଚ୍ଛତାର

ନିର୍ମଳତାର କଥା କହୁଛି

କି 

ଲୁଚେଇ କାଚରୁ ଲୁହ ପୋଛୁଛି !


ସହର ଛକରେ ଷ୍ଟାଚ୍ୟୁ

ଠେଙ୍ଗାଟିଏ

ଶିରାଳ ହାତଟେ ଧରିଛି

ଶକ୍ତି!

ସାମର୍ଥ୍ୟ!

ଆଦର୍ଶ!

ପ୍ରେରଣା!

ବା 

ମୁଣ୍ଡ ଫଟାଫଟି ହୋଇ

ରକତ ନଈ ରେ ପହଁର

ନାଲି ଆଖି ଦେଖାଅ

ପାଦତଳେ ଚାପି ଦିଅ

ସବୁ ମାନ ବିକତା

ହେଇ ଯାଉ ସମଗ୍ର ବସୁଧା

ଲଂକାପୁର!

ଆରେ

କାନ ପାତି ଶୁଣ

କଇଁ କଇଁ କିଏ କାନ୍ଦୁଛି !


ଅରଟ

ଧୂଳି ଧୁସରିତ

କେଉଁ କାଳର

ଜୀର୍ଣ୍ଣ ଶୀର୍ଣ୍ଣ

ସେ ପ୍ରଗତିର

ସମୃଦ୍ଧିର

ଶ୍ରମର

ସ୍ୱାଭିମାନର ସନ୍ଦେଶ ଦେଉଛି

ନା

ଓଲୁ ଭାଲୁ ଚୋପ୍ ବେ

ମରଘଟିଆ କେଉଁଠିକାର

ଟାହି ଟାପରା

ହସରେ ଫାଟି ପଡୁଛି

ହୃଦୟରୁ ଅନୁଭବ କର

କେହିତ ଜଣେ ଆତ୍ମ ଗ୍ଲାନିରେ

ଆତ୍ମ ହତ୍ୟା କରୁଛି।


ଆଣ୍ଠୁ ଲୁଚୁ ନଥିବା 

ଖଦଡ

ଖଣ୍ଡେ ବେହରଣ

ସଂସ୍କୃତି

ସଂସ୍କାର

ଆତ୍ମଭିମାନ

ସରଳ ନିରାଡ଼ମ୍ବର

ଜୀବନ

ସଫଳତାର ଶୀର୍ଷରେ ପହଂଚାଏ

ମନ୍ତ୍ର ଦେଉଛି

ଅବା

ଅଧା ଲଙ୍ଗଳା ବୃଦ୍ଧ

ପାଗଳ ପ୍ରଳାପ କହି

ଉତ୍ତରଶ୍ୱରୀ ନାକ ଟେକୁଛି

ଦେଖ ଦେଖ

ସେଇ ଜଣକୁ କେତେ କାଟୁଛି।।


ତିନି ମାଙ୍କଡ଼

ସଂଗ୍ରାହଳୟର କାଚଘରେ

କିଛି ଦେଖୁ ନାହାଁନ୍ତି

କହୁ ନାହାନ୍ତି

ଶୁଣୁ ନାହାନ୍ତି

ଥାପୁଡ଼ାଇ ଶୁଆଇ ଦେଲେଣି

ସବୁ ନୀତି କଥା

ସତ୍ୟ

ଅହିଂସା

ଗୋଟିଏ ଜାତି

କୋଟିଏ ଛାତିର

ସ୍ପନ୍ଦନ

ମହା ନାୟକ

କେବଳ ମାତ୍ର

ଛବିର ମଣିଷଟିଏ

ମୁକ ଇତିହାସ ବନି ଯାଇଛି

ବୁଝ ବୁଝ--

ଛବି ମଣିଷ କାହିଁକି କାନ୍ଦୁଛିନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy