STORYMIRROR

Jayashree Maharana

Tragedy Inspirational Others

4  

Jayashree Maharana

Tragedy Inspirational Others

ଶେଷ ସମାଧାନ

ଶେଷ ସମାଧାନ

1 min
226


  

  

ଈଶ୍ୱରଙ୍କ ସୃଷ୍ଟିରେ ଆମେ ଶ୍ରେଷ୍ଠ

ଜନ୍ମ ଆଉ ମୃତ୍ୟୁ ଭିତରେ

ଜୀବନ ସଙ୍ଘର୍ଷରତ ।


ରକ୍ତ ମାଂସର ଶରୀରରେ

ଅନେକ ଆବେଗ ଆଉ ଭାବାବେଗ

ମୋହର ବହଳ ପରସ୍ତ ।


ପ୍ରତିଟି କ୍ଷେତ୍ରରେ ବାସ୍ତବତା ସହ ପରିଚିତ

ତଥାପି ଇନ୍ଦ୍ରିୟ ସମୂହକୁ

କରିପାରୁ ନା ନିୟନ୍ତ୍ରିତ ।


ଅନେକ ଆଶା ଆକାଂକ୍ଷା ଭିତରେ

ରଙ୍ଗୀନ ହୋଇଉଠେ ମନ

ନିରାଶରେ ହୁଏ ବ୍ୟଥିତ ।


ଲୋଭ,ଈର୍ଷା, ଛଳ ,କପଟ ଭରା

ମୁଁ ରୂପୀ ଅହଂ ଭବନାରେ

ହୃଦୟ ବଶୀଭୂତ ।


କେବେ ଖୁସିରେ ପରିପୂର୍ଣ୍ଣ ହୃଦୟ ଅଗଣା

କେବେ ଦୁଃଖକ୍ଳେଶର 

ଅନ୍ଧକାର ଭିତରେ ପ୍ରାଣ ଜର୍ଜରିତ ।


ଅଵସୋସ ଆଛନ୍ନ ଜୀବନ

ଅଭିମାନ କରେ ନିଜ ଉପରେ

ମନ ହୁଏ ଅବସାଦଗ୍ରସ୍ତ ।


ଅଶାନ୍ତି, ଅବସାଦ,ଜୀବନ ପ୍ରତି ବୀତସ୍ପୃହ

ଜିତିଯାଆନ୍ତି ଅନାୟାସରେ

ଅଭାବ ହୁଏ ଦୃଢ଼ତାର ଅସ୍ତ୍ର ।


ଅତର୍କିତ ଭାବେ ମୁକ୍ତିର କାମନାରେ

ଶେଷ ସମାଧାନର ପଥ

ଆପେ ଆପେ ସ୍ଥିରୀକୃତ ।


ଓଃ ! ଦୁଃଖଦ 

ଏ ତ ଆତ୍ମହତ୍ୟା

ଭୀରୁ କାପୁରୁଷତାର ସଂକେତ ।


ଅସହାୟ ହୃଦୟର କରୁଣ ପରିସ୍ଥତି

ଦୁର୍ବଳ ମନର ନିଷ୍ପତ୍ତି

ଶ୍ରେଷ୍ଠତାର ଉପହାସ ଆଉ ଅନ୍ତ ।


ଜୀବନ ଯୁଦ୍ଧରେ ହାରିଯାଇ

ଈଶ୍ୱରଙ୍କ କରୁଣାକୁ ,ବିଶ୍ୱାସକୁ

ଦେଲ କଠୋର ପଦାଘାତ ।

 


ଅଧୁରା ଜୀବନର ଅଭୀପ୍ସା

ଜନ୍ମକୁ କରେ ଅସମ୍ପୂର୍ଣ୍ଣ

ସମାଜକୁ କରେ ଚକିତ ଓ ବିବ୍ରତ ।


Rate this content
Log in

Similar oriya poem from Tragedy