STORYMIRROR

Tapaswini DashSarangi

Tragedy Inspirational Others

4  

Tapaswini DashSarangi

Tragedy Inspirational Others

ମମତାର ମୂଲ

ମମତାର ମୂଲ

1 min
281

କେବେ ସେ କରିନି ଅଭିଯୋଗ

କେବେ ସେ କରିନି ଅଭିମାନ

ତା'ର ସେ ହାଡ଼ ଫଟା 

ପ୍ରସବ ଯନ୍ତ୍ରଣା ପାଇଁ।

କେବେ ସେ ମାଗିନି ତା'ର

ମମତାର ମୂଲ

କେବେ ସେ କରିନି ତା'

ଥନରୁ ଝରୁଥିବା ଅମୃତର ତଉଲ।

ଉଦରର କ୍ଷୁଧାକୁ ଲୁଚାଇ

ମଣୋହୀ ସେ ଦେଇଛି ବଢେଇ

ସାତ ସିଆଁ ବସନକୁ ଆଦରି

ଜୀବନ ସଂଗ୍ରାମରେ 

ହୋଇଛି କେତେ ବିଦାରି।

ଦୁଇ ଗୁଳ୍ମକୁ ବିଶାଳ ବଟ ବୃକ୍ଷରେ

ବଡ଼ କରିଥିଲା କେତେ

ତ୍ୟାଗ ବିନୟ ଆଉ କେତେ ଆୟାସରେ।

ଆଶା ତ କିଛି ନଥିଲା ନିଜ

ମାତୃତ୍ଵର ପ୍ରତିବଦଳରେ

ତଥାପି କିଏ ଜାଣେ ମନ 

ଭିତରେ ବସା ବାନ୍ଧିଥିଲା

ନିଜେ ବସାଟିଏ ତୋଳିବ

 ନିଜ ବାର୍ଦ୍ଧକ୍ୟରେ

ସେଇ ବଟ ବୃକ୍ଷ ଛାଇ ତଳେ।

ଆଶା ଧୋଇ ହୋଇଗଲା 

ସମୟର ଅଦିନିଆ ବନ୍ୟାରେ

ଆକାଂକ୍ଷା ଉଡିଗଲା

ଅନେଶତ ପବନର ଧୂଳିଝଡ଼ରେ।

ନିଜ ଅସ୍ତିତ୍ଵ ନିଜ ମାତୃତ୍ଵର

ଭାଗ ବାଣ୍ଟ ବସିଗଲା

ତ୍ୟାଗ ଆଉ ମମତାର

ମୂଲଚାଲ ଆରମ୍ଭ ହୋଇଗଲା।

ମାୟା କୁଜ୍ଝଟିକାର ଭିତରେ

ଆସ୍ତରିତ ହୋଇ ରହିଥିବା 

ବିମୋହିତ ପ୍ରାଣ ମରଣକୁ

ଆକୁଳ ଭାବେ ସ୍ଵାଗତ କରିବାକୁ

ଚେଇଁ ରହିଥିଲା ଯେବେ

ଯୋଡ଼ା ମାସର ପ୍ରହେଳିକାରେ

ଭାଗ ଛିଣ୍ଡୁ ନଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy