STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ବାତ୍ୟା ଓ ଆମ ଗାଁ

ବାତ୍ୟା ଓ ଆମ ଗାଁ

1 min
273

   

     

  ଏପଟେ ଚିଲିକା ସେପଟେ ସାଗର

     ମଝିରେ ଆମରି ଗାଁ

  ଶୋଭା ସମ୍ପଦରେ ଚଉଦିଗ ଭରା 

     ମାଟି ନୁହେଁ ସେ ମୋ ମାଆ


 ମାଛ କଙ୍କଡାରେ ଜୀବନ ଆମରି

      ଭରସା ଆମର ନାଆ

ଦରିଆ ରାଜାର ଦୟାରେ ଜୀଇଁଛୁ

    ମାଆ ବାଶୁଳେଇ ସାହା


ସାରା ବରଷ ତ ବରଷା ବତାସ

   ଆମ ପାଇଁ ସାଧେ ଦାଉ

ଭିଟାମାଟି ଛାଡ଼ି କୁଆଡେ ବା ଯିବୁ

    ମୁଣ୍ଡପାତି ସବୁ ସହୁ


 ଝଡ ବାତ୍ୟା ଆସି ଫି ବର୍ଷ ଆମ

    ସୁଖ ନେଉଛନ୍ତି ଲୁଟି

 ଥରେଇ ଦିଅନ୍ତି ଆକାଶରୁ ମାଟି

    ଗାଁ କୁ ଆମ ପଡେ ଝୁଣ୍ଟି

  

  ପବନ ତୋଫାନ କରାଳ ରୂପରେ

   ପ୍ରଳୟ ଯାଏରେ ରଚି

  ଗାଁ ମଣିଷଙ୍କ ଦରୋଟି ଓଠରୁ

   ହସ ଦିଏ ସେତ ପୋଛି


ଝଡ ଆସିବାର ସୂଚନା ପାଇଲେ

    ଆମେ ସଜବାଜ ହେଉ

ସୂଚନା ଯେମିତି ମିଳଇ ସେମିତି

    ନିରାପଦ ସ୍ଥାନେ ଯାଉ


  ଅଶାନ୍ତ ସମୁଦ୍ରେ ମାଛ ଧରିବାକୁ

    ଯାଆନ୍ତିନି ଆଉ କେହି

  ହାତ ବାନ୍ଧି ସବୁ ବସି ରହିଥାନ୍ତି

    ଝଡର ବାଟକୁ ଚାହିଁ


ଘୋର ରଡି କରି  ଝଡ ମାଡିଆସେ

   ଜୁଆର ଦେଖାଏ ଠାଣି

ଗାଁ ମଝିଦେଇ ଚିଲିକାରେ ମିଶେ

   ନୀଳ ସାଗରର ପାଣି 


 ବରଷା ବରଷେ ମୂଷଳ ଧାରାରେ  

   ପବନ କରଇ ରଡି

ଝଙ୍କା ଗଛ ସବୁ ଭୂଇଁରେ ଲୋଟଇ

   ଛପର ଯାଏରେ ଉଡି

   

ଜାଲ ଛିଡିଯାଏ ନାଆ ଉଡିଯାଏ

   ଦାନ୍ତକୁ ନିକୁଟେ କାତ

ଉଜୁଡା କ୍ଷେତକୁ ଦେଖି ଚଷା ଭାଇ

   କପାଳରେ ମାରେ ହାତ


ଝଡ ଚାଲିଯାଏ ଝଡର ବାଟରେ

    ଉଜାଡି ଆମରି ଗାଁ

ଘର ଧରାସାଇ ଗଛ ପଡେ ଶୋଇ

   ଦରିଆରେ ହଜେ ନାଆ


ଅମ୍ଫନ ହେଉକି ହେଉବା କମ୍ପନ

   ସବୁ ଆମ ଦେହ ସୁହା

ସାହସର ସହ ସବୁ ସହି ଆମେ

   ଜୀବନ ଗଢୁଛୁ ନୂଆ


ଚିଲିକା ରହିଛି ରହିବ ସାଗର

   ରହିଥିବ ଆମ ଗାଁ

ବିପଦକୁ ସବୁ ମୁକାବିଲା କରେ

   ସଭିଙ୍କୁ ହୋଇ ସେ ସାହା



Rate this content
Log in

Similar oriya poem from Tragedy