Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Tragedy

ଅମର ଆତ୍ମାର ଶାନ୍ତି ପାଇଁ

ଅମର ଆତ୍ମାର ଶାନ୍ତି ପାଇଁ

1 min
432


କିଞ୍ଚିତ ହେଲା ସଞ୍ଚିତ ଆଶା

ବାଞ୍ଛିତ ଥିବା ମନେ,

ଅପମାନ ଆଉ ଅପେକ୍ଷିତ କେତେ

କରୁଥିବା ସବୁଦିନେ. ୦

ପ୍ରତାରଣା ଆଜି ପ୍ରତିଶୋଧ ସାଜି

ହଜାଇ ଦେଇଛି ନିଦ,

ଜାଣୁ ବର୍ବର, ଫଳ ଗର୍ବ ର, ମୂଳୁ

ଲିଭୁ ସନ୍ତ୍ରାସବାଦ. ୧

ହସୁ ରେ ଶହୀଦ ଶୁଣି ପ୍ରତିଯୁଦ୍ଧ

ଗୁପ୍ତଭେଦ ର ବାର୍ତ୍ତା,

ବର୍ତ୍ତିନି କେହି ଏଠି ଦେଶଦ୍ରୋହୀ

"ଏ" ଭାରତ ବୀର ମାତା. ୨

ଏ" ମାଟିର ପୁଅ ଜାଣେ ଚ଼କ୍ରବ୍ୟୁହ

ଗଢ଼େ ଶଦ୍ଦଭେଦି ଶର,

ଶିରଚ୍ଛେଦି ପାରେ ବ୍ରହ୍ମାସ୍ତ୍ର ଫୋପାଡ଼ି

ଉଡ଼ିପାରେ ସପ୍ତପୁର. ୩

କୁହୁକ ଯୁଦ୍ଧରେ ମୋହ କରିପାରେ

ଲକ୍ଷେକ ସନ୍ତ୍ରାସବାଦ,

ଜଳେ ସ୍ଥଳେ ବ୍ୟୋମେ ଭେଦନ୍ତି ଦୁର୍ଗମେ

ଶତୃ ସ୍କନ୍ଧ କରି ଛେଦ. ୪

ସେ ବୀର ଜନନୀ ସନ୍ତାନ ଜାଗିଛି

ଖୋଜୁଛି ଶତୃ କୁ ତାର,

କୁକୁର ପରି କି ଲୁଚିଲେ ଛାଡ଼ିବ

ଗୋଡ଼ାଇ ମୋଡ଼ିବ ଶିର. ୫

କଳେ ବଳେ ଅବା କୌଶଳରେ ପଶି

ରଚ଼ିବ ଧ୍ବଂସ ପ୍ରଳୟ,

ସନ୍ତ୍ରାସବାଦ କୁ ସମୂଳେ ବିନାଶି

କରି ଶତୃ କୂଳ କ୍ଷୟ. ୬

ଆଖି ଉଠାଇବ ଯିଏ ରେ ଭାରତେ

ଆଖି ତାର ଦିଅ ତାଡ଼ି,

ଅଙ୍ଗୁଳି ଯିଏ ରେ ଦେଖାଏ ଆମକୁ

ହାତ ଗୋଡ଼ ଦିଅ ମୋଡ଼ି. ୭

ଜାଣୁ ସେ କୁକୁର ଶକ୍ତି ଭାରତର

ତା ସନ୍ତାନେ କେତେ ବଳ,

ଶହୀଦ ଆତ୍ମାକୁ ଟିକି ଶ୍ରଦ୍ଧାଞ୍ଜଳି

ଘେନ ହେ ଭାରତ ବୀର. ୮

÷÷÷÷÷÷÷÷÷÷÷÷÷÷

ବିଷ୍ଣୁ ପ୍ରସାଦ ମିଶ୍ର

ରଥଶର୍ମା କଲୋନୀ

କୋରାପୁଟ

9124049129


Rate this content
Log in

Similar oriya poem from Tragedy