STORYMIRROR

Kamal Kumar Dash

Others Romance Tragedy

5.0  

Kamal Kumar Dash

Others Romance Tragedy

ମନର କବିତା

ମନର କବିତା

1 min
1.6K


ମନର କବିତା

ଏଠୁ ଗଲା ପରେ ଖୋଜିବ ତ ଥରେ

ତୁମ ସୃତି ଅଗଣାରେ

ମନେରଖ ସାଥି ମନେ ମୁଁ ପଡିବି

ଦୂରେ ଏଠୁ ଗଲା ପରେ (1)

ଜାଣିଚି ଖୋଜିବ ମନେ ପକାଇବ

ସେଇ ସବୁ ଗଲା କଥା

ଫେରିବି ତୁମର ସପନେ ସୃତିରେ

ସାଜି ମନର କବିତା (2)

ତୁମରି ପ୍ରୀତିରେ ଜୋଛନା ରାତିରେ

ଅବା ସେଇ ନଦୀ ଧ|ରେ

ମନେ ରଖ ସାଥି ମନେ ମୁଁ ପଡିବି

ଦୂରେ ଏଠୁ ଗଲା ପରେ (3)

ଜାଣେନା ମୁଁ କେବେ ଦେଖା ହେବ ଆଉ

ଅବା ହେବ ନାହିଁ ଥରେ

ତଥାପି ଫେରିବି ମୁସାଫିର ହୋଇ

ଥରେ ତୁମ ସହରରେ (4)



Rate this content
Log in