STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଶହୀଦର ଇଚ୍ଛା

ଶହୀଦର ଇଚ୍ଛା

1 min
335


ନିଜ ଇଚ୍ଛାରେ ମରଣ ମୁକୁଟ ପିନ୍ଧା ରାଜଟିଏ ମୁହିଁ

ଦିନେ ଅକସ୍ମାତ ଚାଲିଯିବି ଜାଣିଛି

ଜାଣି ଜାଣି ଏ ମୁକୁଟ ଖୁସି ଖୁସି ସରାଗରେ ପିନ୍ଧିଛି

ମାଟି ମା ପାଦେ ନୈବେଦ୍ୟ ହୋଇଛି।।


ମୁଁ ଯେବେ ହଠାତ୍ ଶୋଇଯିବି ଚିର ନିଦ୍ରାରେ

ବାପା ବୋଉ ମୋର ଲହୁ କାନ୍ଦିବେ

ହେ ମୋ ପ୍ରିୟ ଦେଶ ବାସୀ ବୁଝାଇ କହିବ ତାଙ୍କୁ

ମରିନାହିଁ ମରଣ ଜୟୀ ମୁଁ ଏ ଭବେ।।


ପତ୍ନୀଟିକୁ ମୋର ପ୍ରବୋଧନା ଦେଇ ନିଶ୍ଚୟ କହିବ

ଝିଅଟିକୁ ମୋର ଯବାନ ଟିଏ କରିବ

ସହିଦ ପତ୍ନୀ ଗୌରବ ତାର ସୀମନ୍ତ ସିନ୍ଦୁର ହୋଇଲା

ଏ କଥାଟିକୁ କେବେ ହିଁ ନ ଭୁଲିବ।।।


ଭଉଣୀଟି ରାକ୍ଷୀ ଆସିଲେ ମୋ ହାତ ଖୋଜିବ

ଗେହ୍ଲେଇଟି ଭାରି ଗୁମୁରି ଗୁମୁରି କାନ୍ଦିବ

ତାକୁ ସେନେହ ଆଦରେ ବୁଝାଇ ଶୁଝାଇ କହିବ

ଅଦୃଶ୍ୟ ହାତ ମୋ ତା ପାଖେ ସଦା ରହିବ।।


କୁନି ଝିଅ ମୋର ବାବା କିଏ ଯଦି ଅଳି କରିବ

ମୋ ଫଟୋକୁ ଦେଖାଇ କହିବ

ଏ ସେହି ପୁଲୱାମା ବିସ୍ଫୋରଣେ ନିହତ ବୀର

ତା ବାବା ପରି ସେ ସାହସୀ ହୋଇବ।।


ମୁଁ ଜାଣିନି ଇତିହାସ ମୋତେ କି ମନେ ରଖିବ!!!

ମୋ ଆତ୍ମା କିନ୍ତୁ ନିଶ୍ଚୟ କାନ୍ଦିବ

ମୋ ଜୀବନ ବଳିଦାନ ଯେବେ ବ୍ୟର୍ଥ ହୋଇବ

ହେ ଦେଶବାସୀ ତୁମେ ଯଦି ନ ଜାଗିବ।।


ଆମେ କଣ ଏତେ ଭୀରୁ,ଅପାରଗ,ଅସହାୟ

ହାତେ ହାତ ବାନ୍ଧି ଚୁଡ଼ି ପିନ୍ଧି ବସିବା

ଆସ!! ଯବାନ ଜୀବନ ବଳିଦାନ ଦୃଢ଼ତାର ସହ

ଲଢ଼ି ବିଶ୍ୱ ଦରବାରେ କୀର୍ତ୍ତି ସ୍ଥାପିବା।।


ଆତଙ୍କବାଦୀ,ଅବିଶ୍ୱାସୀଙ୍କୁ ଯେଉଁଠି ଦେଖିବା

କୁକୁର ପରି ଗୁଳି କରି ମାରିବା

ଯେବେ ଏପରି ହୋଇ ଜନ୍ମଭୂମି ମୋ ହସିବ

ସେବେ ଶହୀଦ ଅମର ରହେ କହିବା।।


*ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସିଂହପୁର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy