STORYMIRROR

Madhabi Patel

Tragedy

4  

Madhabi Patel

Tragedy

ପାଗଳୀ

ପାଗଳୀ

1 min
250


ପ୍ରତିଦିନ ରାସ୍ତା କଡରେ

ଶୋଇଥାଏ ସେ ମାଆ।

କୋଳରେ ପୁରୁଣା କଣ୍ଢେଇ

କରିଥାଏ ତା ଛୁଆ।

ଲୋରି ଗିତ କେତେ ଗାଇ ସେ

ତାକୁ ଶୁଆଉଥାଏ।

ଯାହା କିଛି ମାଗି ଆଣଇ

ଛୁଆ ସାଂଗରେ ଖାଏ।

ଛିଣ୍ଡା ଶାଢୀ ଖଣ୍ଡେ ଗୁଡେଇ

ବୁଲୁଥାଏ ରାସ୍ତାରେ।

ଅର୍ଦ୍ଧ ଉଲଗ୍ନ ତା ଶରୀର

ସ୍ତନ ଦିଶେ ବାହାରେ।

ଅର୍ଦ୍ଧ ବୟସ୍କା ସେ ରମଣୀ

ଥିବ ମାଆ କାହାର।

କାହାର ପୁତ୍ରୀ ସେ ନିଶ୍ଚୟ

ପତ୍ନୀ ଥିବ କାହାର।

କେଉଁ ଦୋଷେ ହେଇ ବେ ଘର

ଏତେ ଭୋଗୁଛି ଦଣ୍ଡ।

କିଏ ପତି ଥିଲା ତାହାର

ଛାଡିଦେଲା ପାଖଣ୍ଡ।

ଖରା ବର୍ଷା ଶୀତ ସହୁଛି

ଦିଶେ ପଞ୍ଜରାହାଡ।

ପୋଷିଏ ଚାଉଳ ରହିବ

ଆଖି ତଳରେ ଗାଢ।

ଦାନ୍ତ ହଳଦିଆ ଦିଶୁଛି

ବାଳ ଦିଶେ ଚଅଁର।

ରେଢି ଫାଟି ଆଁ କରିଛି

ବହିଯାଏ ରୁଧିର।

ଭଙ୍ଗା ଥାଳିଆଟେ ଧରିଣ

ବୁଲୁଥାଏ ସହରେ।

କେତେ ଝିଙ୍ଗାସ ସେ ସହିଲେ

କିଏ ଦିଏ ଶ୍ରଦ୍ଧାରେ।

ହୀନିମାନ ତାର ଜୀବନ

ନାହିଁ ପୁତ୍ର ସନ୍ତାନ।

ତଥାପି ମମତା ଧରିଛି

ସାଥେ କରି ଯତନ।

କେମିତି ପୁଅ ସେ କେଜାଣି

ଛାଡି ରହିଛି ସୁଖେ।

ମଆଟି ଅନାଥ ହେଇଣ

ଏଠି ମରୁଛି ଭୁଖେ।

କେତେ ଯେ ମାତାଲ ପୁୁରୁଷ

କରନ୍ତି ବଳତ୍କାର।

ଗରିବ ମାଇପ ସଭିଙ୍କ

ଶାଳୀ ଅଛି ପ୍ରଚାର।

ନାହିଁ ଶ୍ରଦ୍ଧା ନାହି ଦରଦ

ହୀନିମାନ ଜୀବନ।

କେଜାଣି କାହିଁକି ଏ ଦଣ୍ଡ

ଖଞ୍ଜିଛି ଭଗବାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy