STORYMIRROR

Dharitri Das

Tragedy

4  

Dharitri Das

Tragedy

ଲୁହର ନଈ

ଲୁହର ନଈ

1 min
203

ଝର ଝର ହୋଇ ଝରିଯାଏ ସେତ

ନଦୀର ସ୍ରୋତ ପରିକା

ଧୋଇଦିଏ ସତେ ତୀରକୁ ତାହାର

ସାଗର ଢେଉ ତରିକା।

ବହି ନିଏ ସାଥେ ଦୁଃଖ ଓ ଯନ୍ତ୍ରଣା

ସିନ୍ଧୁର ମଧ୍ୟ ଭାଗକୁ

ମନକୁ କରଇ ଶାନ୍ତ ଓ ନିର୍ମଳ

ଛାଣି ଦେଇ ଆବର୍ଜନାକୁ।

କେତେବେଳେ ସିଏ ସାଜଇ ବନ୍ୟାତ

କେତେବେଳେ ମରୁଭୂମି

ସୁଖରେବି ବହେ ଦୁଃଖରେ ବି ବହେ

କେତେବେଳେ ଯାଏ ଥମି।

ବହିଗଲେ ସଦା ହୁଏ ନିମ୍ନଗାମୀ

ତଳମୁହାଁ ହୋଇ ପୁଣି

ମାନେ ନାହିଁ ମନା ହୁଏ ଆନମନା

ମନରେ ପ୍ରମାଦ ଗଣି।

ତଳମୁହାଁ ହେବା ଧରମଟି ତାର

ଏକଥା ଭୁଲିବ ନାହିଁ

ଦେଖିଛକି କେହି କେତେବେଳେତୁମେ

ଉପର ମୁହାଁ ନଈ।

ଆଖିଲୁହ କେବେ ଆଖି ପିଇଯାଏ

ସେକଥା କିଏ ଜାଣେ 

ସଂସାର ହାଟରେ ସୁଖ ପାଇଁ ଆସି

ଦୁଃଖକୁ ଯେବେ କିଣେ।

ମନ କଥା ସିନା ମନରେ ମରଇ

କହିବ ଅବା କାହିଁ

ଭାବ ବିନୋଦିଆ ଠାକୁର ହୋଇକି

ଯେବେତ ଶୁଣେ ନାହିଁ।

ଲୁହ ହୋଇ ବହିଯାଏ ସେଥିପାଇଁ

ନଦୀର ସ୍ରୋତ ପରି

ମାନେ ନାହିଁ ମନା ସିଏ ସେତେବେଳେ

କାନ୍ଦଇ ମନ ଭରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy