STORYMIRROR

Priyaranjan Biswal

Abstract Romance Tragedy

4  

Priyaranjan Biswal

Abstract Romance Tragedy

ଆଲୋକ - କୁମୁଦ

ଆଲୋକ - କୁମୁଦ

1 min
248


କୁମୁଦିନୀ ଅଟେ ମୃଗାଙ୍କ ପ୍ରେମିକା

ସୋମାଲୋକେ ଫୁଟେ କୁମୁଦ କଳିକା।।


ମଧୁମୟ ତୁମ ତନୁରେ ପାଗଳ

ଭ୍ରମର ହୃଦୟେ ଜଳେ ପ୍ରେମାନଳ।।


ରଜନୀର ସାଥେ ଆସେ ଧାଇଁ ସୋମ

ଏକାନ୍ତରେ କରିବାକୁ ଟିକେ ପ୍ରେମ।।


ହେଲେ ବିରହ ତ ତା' ଭାଗ୍ଯରେ ଲେଖା

ସ୍ୱଭାଗ୍ଯ କି ଅଛି ଆଲୋକ ପରିକା।।


କେତେ ଚମ୍ପା ଦେଇ ପୂଜିଥିଲା ଶିବ

ଅସମ୍ଭବ କାର୍ଯ୍ଯ କଲା ସେ ସମ୍ଭବ।।


ଯା'ପାଇଁ ଚନ୍ଦ୍ରର ବିରହ ବେଦନା

ଭ୍ରମର ହୃଦେ ଯେ' ପ୍ରେମ ଉନ୍ମାଦନା।।


ଆଲୋକର ପ୍ରେମେ ସିଏ ଆନମନା

ଜୀବନେ ତା' ଆଜି ପ୍ରେମର ମୂର୍ଚ୍ଛନା।।


ସୋମ ଗାଉଅଛି ବିରହର ରାଗ

ଚନ୍ଦ୍ରକ କରୁଛି ପ୍ରେମର ଆଳାପ।।


ଚନ୍ଦ୍ରକ ସ୍ପର୍ଶରେ ପ୍ରେମର ଆବେଗ

ଶୁଣେନା କୁମୁଦ ଭ୍ରମର ପ୍ରଳାପ।।


ଆଲୋକ ସ୍ପର୍ଶରେ ପ୍ରଣୟର ନିଶା

ତା'ପ୍ରେମେ କୁମୁଦ ପଡଇ ସହସା।।


ବିଧାତାଙ୍କ ଏହା ବିଚିତ୍ର ବିଧାନ

ଯା'ପାଇଁ ଯେ' ତାକୁ ମିଳେ ତା' ସନ୍ଧାନ।।


ଭ୍ରମର, ସୋମଙ୍କ ପରି କରିଲେ କ୍ରନ୍ଦନ

ଭାଗ୍ଯରେ ନଥିଲେ ନୋହିବ ମିଳନ।।


ଆଲୋକ କୁମୁଦ ଘେନହେ ଶୁଭେଚ୍ଛା

ମିଳନ ତୁମର ବିଧୀତାଙ୍କ ଇଛା।।


ପ୍ରେମରେ ତୁମର ନଲାଗୁ ନଜର

ଦୃଷ୍ଟାନ୍ତ ପ୍ରେମର ଦେଖୁ ଏ ସଂସାର।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract