STORYMIRROR

SACHALA GURU

Tragedy

4  

SACHALA GURU

Tragedy

କରୋନାର ଅନୁଭୂତି

କରୋନାର ଅନୁଭୂତି

1 min
167

କରୋନା ଭୁତାଣୁ କରି ଦେଲା ସ୍ଥାଣୁ 

ବିଶ୍ୱ ହେଲା ଥର ହର 

ଲକ୍ଷ ଳକ୍ଷ ଲୋକ ସଂକ୍ରମିତ ହୋଇ 

କେତେ ଗଲେ ଯମ ପୁର ll

ମହାମାରୀ ରୂପ ଦେଖି ବିଶ୍ୱ ଲୋକ 

  ହୋଇଲେ ଯେ ଆତଙ୍କିତ 

ସାରା ବିଶ୍ୱେ ଆଜି ଚହଳ ପଡ଼ିଲା 

  ସର୍ବେ ହେଲେ ସତର୍କୀତ ll

ପ୍ରତି କାର୍ଯ୍ୟଳୟ ପ୍ରତି ବିଦ୍ୟାଳୟ 

   ମହା ବିଦ୍ୟାଳୟ ମାନ 

ଦୋକାନ ବଜାର ପରିବା ପତର 

   ବନ୍ଦ ହୋଇଗଲା ପୁଣ ll

ଏ ସବୁ ଦେଖିଣ ବିଶ୍ୱ ଜନଙ୍କର 

   ନିଦ ହଜିଗଲା ସେତ 

ପ୍ରଶିକ୍ଷଣ ଠାରୁ ଦେବାଳୟ ଯାଏ 

ସବୁ ହୋଇଲା ସ୍ଥଗିତ ll

ଆମ୍ଭେ ମାନେ ସବୁ ଏ ସବୁ ଦେଖିଣ 

 ଗୃହରେ ବନ୍ଦି ହୋଇଲୁ 

ସଙ୍ଘଷମୟର କରାଳ ଚିତ୍ରର 

  ଆଶ୍ଚଯ୍ୟ ହୋଇଣ ଥିଲୁ ll

ଦେଶ ଦେଶ ମଧ୍ୟେ ରାଜ୍ୟ ରାଜ୍ୟ ମଧ୍ୟ 

  ଆତଙ୍କିତ ଖେଳି ଗଲା 

ତେକି ଆମ୍ଭର ଜୀବନ ପ୍ରାଣର 

  ପ୍ରାଣ ବାୟୁ ଉଡ଼ିଗଲା ll

ହୃଦୟ ସ୍ପନ୍ଦନ ହୁଅଇ କମ୍ପନ 

ପ୍ରବାସୀଙ୍କ ଆଗମନ 

ବିଶେଜ୍ଞମାନେ ଲାଗି ପଡି ଥିଲେ 

  ଔଷଧ ବ୍ୟବସ୍ଥାମାନ ll

ଏସବୁ ଉପାୟ ଦେଖି ନିରୁପାୟ 

  ସରକାର ହେଲେ ସ୍ଥିର 

ସଚେତନ କଲେ ଉଚିତ ଉପାୟ 

ସମାଜ ଦୂରତା ତାର ll

ଅତି ଆବଶ୍ୟକ ହୋଇଲେ ଅବଶ୍ୟ 

   ଘରୁ ବାହାରକୁ ଯିବ 

ସାନି ଟାଇଜର ହାତରେ ଧରିଣ 

  ମୁଖେ ହିଁ ମାକ୍ସ ବାନ୍ଧିବ ll

ବାରମ୍ବାର ହାତ ଧୋଇ ମାନିବତ 

   ନିଜେ ରଖି ପରିଷ୍କାର 

କରୋନା ଭୁତାଣୁ ଦୂର ହୋଇଯିବ 

   ସୁସ୍ଥ ରହିବ ଶରୀର ll

ସାହି ପଡିଶାରୁ ଦୁରେଇ ରହିଲୁ

 ମାସ ମାସ ଧରି କରି 

କରୋନା ଭୂତାଣୁ କେତେ ଭୟଙ୍କର 

  ମନରେ ଅଛୁ ସୁମରି ll

ତଥାପି ଚିନ୍ତାରେ ହୃଦୟ ଅନ୍ତରେ 

  କରିଛୁ ଅନେକ ଚିନ୍ତା 

କରୋନାର ବେଳ ସରି ନାହିଁ କାଳ 

  ହେଉ ଅଛୁ ହନ୍ତ ସନ୍ତା ll               

ମାର୍ଗଶିର ମାସ କରୋନା ପ୍ରବେଶ 

   ଦୁଇ ହଜାର ଉଣିଶି 

କରୋନା ପ୍ରକୋପ ବଢ଼ି ଚାଲିଥିଲା 

  ମନ ଦୁଃଖେ ଥାଏ ବସି ll

କରୋନାର ସୃଷ୍ଟି ରହିଛି ସମଷ୍ଟି 

  ନାନା ମୁନି ନାନା ମତ 

କିପରି ଆସିଲା କେଉଁଠି ହୋଇଲା 

  ନ କହିବା ବରଂ ସତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Tragedy