STORYMIRROR

pravasini Senapati

Tragedy

4  

pravasini Senapati

Tragedy

ଲୁହ

ଲୁହ

1 min
230

ହସ ଟିକେ ଯଦି ଦେଇ ପାରିବନି

କାହିଁକି ଦେଉଛ ଲୁହ

ଏ ଆଖିରେ ତୁମେ ଲୁହ ଧାର ଦେଖି

କି ସୁଖ ପାଉଛ କୁହ ?


ସୁଖ ବୋଲି ଯେଉଁ ଦୁଇଟି ଅକ୍ଷର

ମୋ ଭାଗ୍ୟରେ ବୋଧେ ନାହିଁ

ମନ ଖୋଲି ଟିକେ ହସି ଦେବା ପାଇଁ

ଅଧିକାର ମୋର କାହିଁ ?


ଜୀବନ ଟା ମୋର ଜଉଘର ସମ

ଚାରି ପାଖେ ନିଆଁ ତାତି

ସ୍ନେହ, ପ୍ରେମ,ପ୍ରୀତି ସପନ ମୋ ପାଇଁ

ଲୁହ ମୋର ଚିର ସାଥି ।


ଆଖି ଶାମୁକା ର ଅମୂଲ୍ୟ ମୁକୁତା

ଝରିଯାଏ ନୀରବରେ 

ତଥାପି କି ତୁମ ମନ ବୁଝୁନାହିଁ

ଏତେ ଦୁଃଖ ଦେବା ପରେ ?


ସହିବାକୁ ଆଉ ଶକ୍ତି ନାହିଁ ପ୍ରଭୁ

ଧୌର୍ଯ୍ୟ ଆଉ ମୋର ନାହିଁ ....

ପରୀକ୍ଷା ଉପରେ ପରୀକ୍ଷା ନେଉଛ

କୁହ ପ୍ରଭୁ କାହିଁ ପାଇଁ ।


Rate this content
Log in

Similar oriya poem from Tragedy