STORYMIRROR

ଅନିଲ କୁମାର ଲେଙ୍କା

Romance Tragedy

4  

ଅନିଲ କୁମାର ଲେଙ୍କା

Romance Tragedy

ଜୀବନର ରଙ୍ଗ

ଜୀବନର ରଙ୍ଗ

1 min
251


ହସ କାନ୍ଦ ଭରା ଜୀବନ ଯଜ୍ଞରେ

   ନିରବି ଯାଇଛି ପ୍ରାଣ

କୁହୁଡି ପହଁରା ଭାଗ୍ୟର ପାଖରେ

   ହୋଇଅଛି ସମର୍ପଣ ।।


ବୋଝବୁହା କାନ୍ଧେ ସଂସାରର ଭାର

   ଲାଗୁଅଛି ଆଜି ଭାରି

ତୁଳାପରି ନିଜେ ଶୂନ୍ୟରେ ଉଡୁଛି

   ପବନର ହାତ ଧରି ।।


ସମୟ ସୁଅରେ କଳ୍ପନା ଦ୍ୱୀପରେ

   ତୃଣର ଆଶାରେ ହସେ

ଦୂର ଆକାଶରେ ନୀଳିମାରେ ହଜି

  ବୁଡିଯାଏ ଅବଶୋଶେ ।।


ଅସନ୍ତୋଷେ ଜଳି ଜାଳିଦିଏ ପୁଣି

   ସମ୍ପର୍କର ଯେତେ ଖିଅ 

ସାମାନ୍ୟ କଥାରେ ରଚାଏ ତାଣ୍ଡବ

   ଭୁଲିଯାଏ ସବୁ ସ୍ନେହ ।।


ଜୀବନ ଗଣିତ କେତେଯେ ଜଟିଳ 

    ସମାଧାନ ସୂତ୍ର କାହିଁ 

ଯେତେ କଷିଲେବି ଅଗ୍ରଗତି ନାହିଁ 

   ଆରମ୍ଭରେ ଥାଏ ରହି ।।


ଜୀବନର ରଙ୍ଗ କେବେ ବଦଳିବ 

    କହିପାରେ ନାହିଁ କେହି

ଛାଇ ଆଲୁଅର ଲୁଚକାଳି ଖେଳେ

    ନିଇତି ସ୍ୱପ୍ନ ହଜଇ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance