STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

4  

ଅନିଲ କୁମାର ଲେଙ୍କା

Tragedy Inspirational

ଅବୁଝା ଆଖି

ଅବୁଝା ଆଖି

1 min
214


ବେଳେବେଳେ ଅଶ୍ରୁ ପଲକରୁ ଖସି

   ତାର ରୂପକୁ ଦେଖାଏ 

ଓଠ ତଳେ ଲୁଚି ରହିଥିବା ଯେତେ

   ହସ ଧୋଇ ନେଇଯାଏ ।।


ଏଠି ଜୀବନଟା ଲାଗେ କାମାସକ୍ତ 

   ସତେ  ପ୍ରଣୟର ଚୁକ୍ତି 

ବିନା କାରଣରେ ତିକ୍ତତା ଆସଇ

   ଅଯଥାରେ ହୁଏ ଯୁକ୍ତି ।।


କିଏ ଜାଣେ ଦିନେ ଦମ୍ଭ ଭାଙ୍ଗିଯିବ

   ଦଇବ ଦେବରେ ସଜା

ଆଖି ଅବୁଝାକୁ ବୁଝେଇ ହେଉନି

   ଲୁହ ବି ହୁଏ  ଅବୁଝା ।।

 

ନୟନରେ ଭରା ବାସନାକୁ କେବେ

   କେହି ତ ବୁଝି ପାରେନା

ଯେତେ ହସିଲେ ବି ଲାଭ କିଛି ନାହିଁ 

   ମନ ଯେ କିଣା ହୁଏନା ।।


ପ୍ରୀତି ସିନା ଲାଗେ ପ୍ରିୟାର ପରଶେ

   ସବୁଠୁ ବେଶୀ ସହଜ

ଦୈହିକ ପ୍ରେମରେ ଅନାସକ୍ତ ଭାବ

   ବୁଝେ କି ପ୍ରାଣ ଦରଜ ।।


କାହା ସୁଖ ଦେଖି ଭାଳି ହେବା ସାର

   ସହି ପାରେନା ମଗଜ

ସ୍ୱପ୍ନ ଦୂର ଦେଶେ ଅପହଞ୍ଚ ହେଲେ

   ଲୋତକ ଶୁଝେ କରଜ ।।


ଶାଶ୍ୱତ ସମ୍ପର୍କେ ବୁଝାମଣା ଥିଲେ

   ହୃଦୟେ ଭରେ ସ୍ପନ୍ଦନ 

ଦେହ ମନ ପ୍ରାଣ ସମର୍ପିତ କଲେ

   ମହାର୍ଘ୍ୟ  ହୁଏ  ମିଳନ ।।


ସମୟର  ଗତି  ବନ୍ଧନରେ  ନାହିଁ 

   ଯାଇଛି  ମିଛେ  ବଦଳି

ଭଲ ପାଇବାର ତେଜ କମି ଯାଇ

   ଲିଭୁଛି ଆଶା ଦୀପାଳୀ ।।


ଶ୍ରାବଣ ସରିଲା ମୌସୁମୀ ଫେରିଲା

   ପୀରତି ଦେଉଛି  ବ୍ୟଥା

କେଉଁ ପରକାରେ ବୁଝେଇ କହିଲେ

   ସିଏ ବୁଝିବ ମୋ କଥା ।।


ଆତ୍ମାର ସମ୍ପର୍କ  ଜନ୍ମ  ଜନ୍ମାନ୍ତରେ

   ଅନ୍ତରରେ  ସଦା  ଥାଉ

ହିଂସା କ୍ରୋଧ ଭୟ କ୍ଷଣିକ ଆବେଗ

   ଅଗୁଢେ  ବଦଳି  ଯାଉ ।।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy