STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ପାଗେଳୀ ବୁଢ଼ୀ

ପାଗେଳୀ ବୁଢ଼ୀ

1 min
509


ମାସେ ଅବା ପୁଣି ଦିମାସରେ କେବେ

ପାଗେଳୀ ବୁଢ଼ୀ ଟି ଆସି

ଭକତ ମାନଙ୍କୁ ଭିକ ମାଗିଥାଏ

ମନ୍ଦିର ଦୁଆରେ ବସି ।

ପାଗେଳୀ ଭଳି ସେ ଦେଖାଯାଏ ସିନା

ଲାଗେନାହିଁ ଭିକାରୁଣୀ 

ବାକି ଦିନ ସିଏ କୁଆଡେ ବା ଯାଏ

ପାରନ୍ତିନି କେହି ଜାଣି ।

ମନ୍ଦିର ନନାତ ପଚାରିଲେ ଦିନେ

"ମାଉସୀ ଲୋ କହ ମୋତେ

ଭିକାରୁଣୀ ପରି ଦେଖାଯାଉ ନାହୁଁ

ଭିକମାଗୁ କିଆଁ ସତେ ?"

ନନା କଥା ଶୁଣି କହିଲା ପାଗେଳୀ

ଛଳଛଳ କରି ଆଖି

"ଅଯାଗା ଘାଆକୁ ଦେଖାଇ ପାରୁନି

ନିଜେବି ପାରୁନି ଦେଖି ।

ଝିଅ ହୋଇଗଲା ପରର ସମ୍ପତି

ପଡୁପଡୁ ହାତଗଣ୍ଠି

ପୁଅ ଦୁଇଟା ମୋ ସାତପର ହେଲେ

ପାହୁପାହୁ ମଧୁରାତି ।

ଭଲ ରୋଜଗାର ଭଲରେ ଚଳନ୍ତି

ମତେ ବା ପଚାରେ କିଏ

ବୁଢା ଗଲାପରେ ଦୁଃଖ ବଳିଗଲା

ହନ୍ତସନ୍ତ ଯାହା ହୁଏ ।

ଖିଆପିଆ ପାଇଁ ପୁଅ ଦୁଇ ଜଣ        

 ଦିନ ନେଇଗଲେ ବାଣ୍ଟି

ଇଏ ଅଧା ମାସ ସିଏ ଅଧା ମାସ

 କଥା ମୋର ବୁଝିଥାନ୍ତି  ।

ଏକ୍ତ୍ରିଶ ଦିନିଆ ଯେଉଁ ମାସ ପଡେ

ସେ ମାସର ଶେଷ ଦିନ

କେହି ଦିଅନ୍ତିନି ପାଣି ଟୋପା ମୋତେ

ହୁଏ ଯାହା ହୀନିମାନ ।

ସେଥିପାଇଁ ମୁଁତ ସେହି ଦିନ ଆସି

ଦେଉଳରେ ମାଗେ ଭିକ

ଭିକ ନମାଗିଲେ କେମିତି ସହିବି

କୁହ ମୋ ପେଟର ଭୋକ ।"

ବୁଢ଼ୀ କଥା ଯିଏ ଶୁଣୁଥିଲେ ବସି

ସବୁରି ଆଖିରେ ଲୁହ

ଅନ୍ତ ଫାଡି ମାଆ ଜନ୍ମ ଦେଲା ହେଲେ

କେହି ବୁଝନ୍ତିନି କୋହ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy