STORYMIRROR

Gangotri Priyadarshini

Tragedy Inspirational

4  

Gangotri Priyadarshini

Tragedy Inspirational

କରୋନା ବୈଶ୍ୱିକ ସଙ୍କଟ

କରୋନା ବୈଶ୍ୱିକ ସଙ୍କଟ

1 min
201


ବିଶ୍ଵ ଅଟେ ମୁକ ସାକ୍ଷୀ 

ସମଗ୍ର ମାନବ ଜାତିର,

ସହିଛି ସେ କେତେ କଷଣ ଅପାର

ଗର୍ଭେ ଧରି ଅମୃତ ସନ୍ତାନ ତାର ।।


କେତେ ବିଶ୍ଵଯୁଦ୍ଧ ପୁଣି 

ମହାମାରୀ ଯେ ଅନେକ

କେତେ ପୁଣି ପ୍ରାକୃତିକ ଦୈବୀ ଦୁର୍ବିପାକ

ସବୁ ସହି ପୃଥିବୀ ଆମ ହରେଇ ପ୍ରକୋପ ।।


ଘରେ ଘରେ ରୋଗ ଭୟ

ପରିଜନ ଛାଡ଼ି ଯାଏ ଅସମୟ

ଜୀବନ ସୁରକ୍ଷା ପ୍ରାୟ ଈଶ୍ୱରୀୟ

ସ୍ୱାସ୍ଥ୍ୟ କର୍ମୀ ପ୍ରାଣ ନାହିଁ ତିଳେ ଭୟ ।।


ଲାଗି ରହିଛନ୍ତି ନିତି ପ୍ରତିଦିନ

କରୋନା ଯୋଦ୍ଧାଙ୍କୁ ଅନ୍ତରୁ ସମ୍ମାନ

ଟଳୁଛି କ୍ଷଣକେ ଅମୂଲ୍ୟ ସୁନ୍ଦର ଜୀବନ

ହାରିବ ରୋଗ ଏ ହସିବ ଦେଶେ ଦେଶେ ଜନ ।।


ହାରିଯିବା ନାହିଁ ସର୍ବେ ବାନ୍ଧିବା ସାହସ

ନିୟମ ସବୁ ମାନିବା ରୋଗ ହୋଇବେ ବିନାଶ

ମାନବ ସଭ୍ୟତା ନିଦର୍ଶନରେ ଦୁଃସମୟ ଅଂଶ

ହାରିବାନି ଉଦ୍ୟମରେ ସର୍ବତ୍ର ହୋଇବ ବିକାଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy