STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ପାଗଳୀ ମା ର କଥା

ପାଗଳୀ ମା ର କଥା

1 min
215


କିଛି ଜାଣିପାରେ ନାହିଁ

କେତେବେଳେ ଖାଏ କେତେବେଳେ ସୁଏ

କବେ ହସୁଥାଏ କେବେ କାନ୍ଦୁଥାଏ

କେହି କେବେ ବୁଝି ନାହିଁ, ସେ କାହାକୁ ବି କହିନାହିଁ

କିଛି ଜାଣି ପାରେନାହିଁ ।।


କେବେ କେବେ ଚୁପ୍-ଚାପ୍ ବସିଥାଏ

ଗୁଣୁ ଗୁଣୁ ହୋଇ ସେ ଗୁଣୁଗୁଣାଏ

କିଛି ବୁଝି ହୁଏ ନାହିଁ, ବୟାଣୀ ଯାଇଛି ହୋଇ

କିଛି ଜାଣି ପାରେନାହିଁ ।।


କେବେ ସେ ଉଲଗ୍ନ କେବେ ପିନ୍ଧେ ଲୁଗା

ମୁଣ୍ଡ ଜଟ ବାନ୍ଧି ଉକୁଣୀ ରେ ଭରା

ଇତସ୍ତତଃ ବୁଲୁ ଥାଇ, ତା ଦୁଃଖ ର ଅନ୍ତ ନାହିଁ

କିଛି ଜାଣିପାରେ ନାହିଁ ।।


କାହିଁ ତାର ଘର କି ନାମ ତାହାର

କେହି ବି ଜାଣିନି ଠିକଣା ତାହାର

ଘରଦ୍ଵାର ତା’ର ନାହିଁ, ଆଶ୍ରୟ କେ ଦେଇ ନାହିଁ

କିଛି ଜାଣିପାରେ ନାହିଁ ।।


କଅଁଳିଆ ଶିଶୁ ଗୋଟେ ତା କୋଳରେ

ପାଗଳୀ ହେଲେବି ବାତ୍ସଲ୍ୟ ପ୍ରେମରେ

ସ୍ତନ୍ୟପାନ ଦେଉଥାଇ, ତା ହସରେ ସେ ହସୁଥାଇ

କିଛି ଜାଣିପାରେ ନାହିଁ ।।


ଅବୋଧ ନିର୍ବୋଧ ପାଗଳୀ ମଣିଷ

ମନେ ନାହିଁ ତା’ର ଏ କାହା ଔରସ

ତଥାପି କୋଳେଇ ନେଇ, ଗେଲ କରେ ଗୀତ ଗାଇ

କିଛି ଜାଣି ପାରେନାହିଁ ।।


ଦିନେ ସେ ପାଗଳୀ କଅଁଳା ପଲାକୁ

ଛାଡ଼ିଦେଇ ଗଲା କହିନି କାହାକୁ

କାନ୍ଦ ଶୁଣି ଜଣେ କେହି, ନେଇଛି ଏବେ କୋଳେଇ

କିଛି ଜାଣିପାରେ ନାହିଁ ।।


କାହିଁ ସେ ପାଗଳୀ କାହିଁ ଗଲା ଚାଲି

ସେହିଦିନ ଠାରୁ ପତା ନମିଳଇ

ଧନ୍ୟ ରେ ବିଧାତା ତୁହି, ବିଚିତ୍ର ସୃଷ୍ଟି ତୋ ଏହି

କିଛି ଜାଣିପାରେ ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy