STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଅଭାଗିନୀ

ଅଭାଗିନୀ

1 min
217

ସୀମାରେ ଶହୀଦ ସ୍ବାମୀ, ଶତୃର ଗୁଳିରେ

ସ°ସାରତା ଉଜୁଡିଲା ଆଶା ହେଲା ଧୂଳିରେ

ଶହୀଦର ପତ୍ନୀ ବୋଲି ଲୋକଙ୍କ ବଧେଇ

ଅଧାପୋଡା ମନକୁ ସେ ପାରୁନି ବୁଝେଇ ।


ମେଘଭରା ଆଖିରେତା ବରଷା ନାହିଁ

କଥାକୁହା ଚାହାଣୀ ରେ କାହଣୀ କାହିଁ

ନିଦୁଆ ଆଖିକୁ ନିଦ ପାରୁନି ଛୁଇଁ

ଲୁହ ସବୁ ଶୁଖିଯାଏ କୋହର କବିତା ଗାଇ


ଅଧାଲେଖା ଇତିହାସ ଅସଜଡା ଭୂଗୋଳ

ଅଣଦେଖା ଉଆସରେ ଅଧାଗଢା ଦେଉଳ

ସ୍ବପ୍ନଭରା ଆଖିକୋଣେ ଚମକ ନାହିଁ

ନୀଳନୀଳ ନୟନରେ ନୀଳିମା କାହିଁ!


ସମୟ କରୁଛି ତାକୁ ପାଦେପାଦେ ବାଦ

ପାଖ ତାର ଛାଡୁ ନାହିଁ ଚିନ୍ତା ଅବସାଦ

ବାଦେଇ ବଉଦ ଦିଏ ଜହ୍ନ କୁ ଲୁଚେଇ

ଜୋଛନାକୁ ଚାହିଁ ଚାହିଁ ରାତି ଯାଏ ପାହି


 ଅମା ଉଆଁସକୁ ସତେ ସାଥୀ କରି ତାର

 ବାଟଚାଲେ ଆଙ୍କିଆଙ୍କି ରକତର ଗାର

 ହୃଦୟର ଶୂନ୍ୟତାକୁ ଛାତିରେ ଜମେଇ

 ମୁକୁଳା ମନତା ଯାଏ ପବନେ ମିଳେଇ


କେହିଜଣେ କେବେଯଦି କହେପଦେ ଆହା

ସୁଧ ସହ ମୂଳ ପାଇଁ ଉଗାଳେ ତା ରାହା

 ସର୍ବ°ସହା ଆଜି ସିଏ ସବୁ ସହିସହି

ଖରା ତାର ଚିର ସାଥୀ ସପନ ତା ଛାଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy