STORYMIRROR

Tapaswini DashSarangi

Abstract Tragedy Inspirational

4  

Tapaswini DashSarangi

Abstract Tragedy Inspirational

ବରଗଛ

ବରଗଛ

1 min
267

ନିରୋଳା ବେଳାରେ

ଗାଁ କେନାଲ ବନ୍ଧରେ ବସିଥିଲି ଏକାନ୍ତରେ

ନଜର ପଡିଲା

ବିଶାଳ ଆକାର ବର ଗଛ ଡାଳ ପରେ।

କିଚିରି ମିଚିରି

ପକ୍ଷୀଙ୍କର ଅଳି ଶୁଭୁଥିଲା ନିରନ୍ତର

ଗୁଣ୍ଡୁଚି ମୂଷାଟି

କେତେ ଆନନ୍ଦରେ ଗଢିଥିଲା ପରିବାର।

ବିଚରା ଗଛଟି

ଭାରି ଖୁସିଥିଲା

ଭିଡ଼ ଭିତରେ ତା’ମନ ବାଇ

କି ଖରା କି ବର୍ଷା

ସବୁତକ କଷ୍ଟ ଯାଉଥିଲା ସିଏ ସହି।

ତ୍ୟାଗପଣିଆ ତା

ମନ କିଣିନେଲା

ମନେ ଆସିଲା ମୋ ହେଜ

ବାପାଙ୍କର ତ୍ୟାଗ

ଏମିତିକା ପରା

କେତେ ବୋହୁଥାନ୍ତି ବୋଝ।

ସ୍ଵାର୍ଥପର ଏଇ

ଦୁନିଆଁ ଭିତରେ

କେହି ଜାଣନ୍ତିନି ତାଙ୍କ ମୁଲ

ଅର୍ଜିତ ଯେତକ

ତାଙ୍କରି ସମ୍ପତ୍ତି

କରିଚାଲିଥାନ୍ତି ତୁଲ।

ବରଗଛ ଯେବେ

ଥୁଣ୍ଟା ହୋଇଯିବ

କାଟିଦେବେ ତା ମୂଳକୁ

ଭୂଲିଯିବେ ସମସ୍ତେ

ତା’ ମହାନତାକୁ

ଭୂଲିଯିବେ ଅତୀତକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract