ପଲ୍ଲୀର ସେ ବାସ୍ନା
ପଲ୍ଲୀର ସେ ବାସ୍ନା
ପଲ୍ଲୀର ସେ ବାସ୍ନା ସହରରେ କାହିଁ
ସହରେ ତ କରୋନାର ଭୟ
ଭାରି ମନେ ପଡେ ତୁମ କଥା ଏବେ
ମନ ଧରୁ ନାହିଁ ଜମା ଥୟ ,
ଜୀଇଁବ ମରିବା ସମାନ ହେଲାଣି
କିଛି ମିଳୁ ନାହିଁ ଖାଇବାକୁ
ଦୋକାନ ବଜାର ସବୁ ଖୋଲୁ ନାହିଁ
କିଏବା ଶୁଣେ ଏଠି କାହାକୁ ,
ମାଟିର ମମତା ରହି ରହି ଡାକେ
ସୟନେ ସପନେ ଏବେ ନୀତି
ଦିନ କଟି ଯାଏ ଯେମିତି ସେମିତି
ବେଶୀ ମନେ ପଡେ ହେଲେ ରାତି ,
ଆଖି ଲୁହ ଏବେ ଓଠ ଛୁଏଁ ନୀତି
ଛୁଆଁ ମୁହଁ ଦିଶେ ଦିବା ନିଶି
ଛାତି ଫାଟି ଯାଏ ମାଆ କଥା ଝୁରି
ତମେ ଡାକ ପୁଣି ସ୍ବପ୍ନେ ଆସି ,
କେମିତି କଟିବ ଏ ଦୁଃଖର ଦିନ
ଗାଁ ରେ ପଡ଼ିବ ସେ ପାଦ ମୋର
ଭଲ ଲାଗେ ନାହିଁ ସହରୀ ଜୀବନ
ପଲ୍ଲୀ ମନେହୁଏ ଆପଣାର .... ।
