STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

ସାକ୍ଷୀ ଆଜି ବିଶ୍ବ ସପ୍ତ ମହାଦେଶ

ସାକ୍ଷୀ ଆଜି ବିଶ୍ବ ସପ୍ତ ମହାଦେଶ

1 min
701


ସାକ୍ଷୀ ଆଜି ବିଶ୍ବ ସପ୍ତ ମହାଦେଶ

ତେଜ ପୁଞ୍ଜ ସପ୍ତ ଋଷି

କାହା ନେତ୍ର ଅଛି ଦେଖିବାକୁ ଦୁଃଖ

ପୁଲୋଔମା ଅମାନୁଷି

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି


ଝର ଝର ହୋଇ ବୋହିବ ରୁଧିର

ଯୁଦ୍ଧ ପାଇଁ ଦେଶବାସୀ

ଯୁଗାନ୍ତ ଆସୁଛି ସରିଯାଉ ଯୁଗ

କ୍ଷୟ ହେଉ ପାପରାଶି

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି


ଏଦେଶ ଯବାନ ଦେଉଛି ଜୀବନ

ଦେଖିବାକି ଏଠି ବସି

ଲଢିବା ନାହିଁକି ଜବାବ୍ ପାଇଁକି

କେତେ ଆଉ ଯିବେ ଖସି

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି ।


ଜହ୍ଲାଦ ଜାରଜ ଜନମ ଯାହାର

ପାରିବନି କେବେ ମିଶି

ଆମେ ତ ଅମୃତ ସନ୍ତାନ ମାଟିର

ଆମେ ହେବା ଶତୃନାଶି

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି


କାପୁରୁଷ ପଣେ କରୁଛି ସେ ରଣ

କାହା ପାଇଁ ନୁହେଁ ଖୁସି

ପବିତ୍ର କୋରାନ ପଢି ନାହିଁ ଯିଏ

ଧର୍ମ ନାମେ ହୁଏ ଧ୍ଵଂସୀ

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି


ଦେଶର ଜନତା ଦୁଃଖେ କହେ ବସି

ଚାଲିଗଲେ ଚୌରାଳିଶି

ଆତଙ୍କ ଉତ୍ପାଟ ହେଲେହେଁ ଉଚ୍ଚାଟ

ହେବା ଆମେ ବୀରତୋଷି

ଭାରତର ତୁମେ ହେ ବୀର ପୁଙ୍ଗବ

ହୁଅ ଏବେ ପ୍ରତିଭାଷି।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy