STORYMIRROR

Kamal Kumar Dash

Tragedy

3  

Kamal Kumar Dash

Tragedy

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
300




ଜୀବନ ଯାତ୍ରା ର ଏ ରଙ୍ଗ ମଞ୍ଚ ରେ

ଆମେ ସବୁ କଳାକାର

ଅଭିନୟ ଶେଷେ ନିଜ ନିଜ ବାଶେ

ଫେରିବାକୁ ତତପର (1)

ଆଖିରେ ସପନ ହୃଦୟେ ବନ୍ଧନ

ରଂଗ କୁ ମୁଁହରେ ମାଖି

ଅଭିନୟ ଚାଲେ ଦୁନିଆଁ ବାଟରେ

ଅଂତରେ ବେଦନା ଯାକି (2)

କେବେ ମନ ହୁଏ ପ୍ରିୟା ପାଉଁଜିରେ

ବାନ୍ଧି ହୋଇ ରହିବାକୁ

ଆଉ କେବେ ମନ ଦୂରେ ଉଡି ବୁଲେ

ଆତ୍ମା କ'ଣ ଜାଣିବାକୁ (3)

ନିଛାଟିଆ ଲାଗେ ଗହଳି ଭିତରେ

ମନ ଖୋଜେ ସାଥି ଟିଏ

ମନ ଲାଖି ମନ ଥରେ ମିଳିଗଲେ

ହୃଦୟ ମୋ ନାଚି ଯାଏ (4)

ଜାଣେନା କାହାର ସାଂଗେ କେତେ ଦୂର

ଯିବାକୁ ରହିଛି ବାକି

କାହାର ସପନ ପୁରା ମୁଁ କରିବି

କାର ରହିଯିବ ବାକି(5)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy