ବୃକ୍ଷ
ବୃକ୍ଷ
ସ୍ରଷ୍ଟା ସୃଷ୍ଟି କଲେ ଅତି ଶରଧାରେ
ଗୁଳ୍ମ ଚାରୁ ଲତା ବୃକ୍ଷ ,
ସବୁଜ ସୁନ୍ଦର ପତ୍ରେ ପରିପୂର୍ଣ୍ଣ
ରୂପ ଭେକ ନୁହେଁ ରୁକ୍ଷ ।
ଜୀବ ଜଗତର ସଖା ସହୋଦର
ଉପକାରୀ ବନ୍ଧୁ ଗଛ ,
ପ୍ରତି ମୁହୁର୍ତ୍ତରେ ସେବା ପରାୟଣେ
ବାରିଧିକୁ କରେ ସ୍ଵଚ୍ଛ ।
ଦୂଷିତ ବାୟୁକୁ ସ୍ଵଚ୍ଛ କରିବାକୁ
ବୃକ୍ଷଲତା ନିୟୋଜିତ ,
ସୁପରିବେଶ କଲ୍ୟାଣ ବିଶେଷ
ଅବିଚ୍ଛେଦ୍ୟ ଅଙ୍ଗ ବୃକ୍ଷ ।
ଅନବଦ୍ୟ ସୃଷ୍ଟି ବନଲତା ରାଜି
ପ୍ରକୃତିର ରମ୍ୟରୂପ ,
ସନ୍ତୁଳନ ରକ୍ଷା କରେସେ ସହସା
କରେନାହିଁ କେବେକୋପ ।
ନିଶ୍ଵାସ ପ୍ରଶ୍ଵାସ ମୁକ୍ତ ବାୟୁପ୍ରୀତ
ସବୁତ ବୃକ୍ଷର ଉତ୍ସ ,
ଅମ୍ଳଜାନ ଦାନ ମହତ୍ତର କାର୍ଯ୍ୟ
ବୃକ୍ଷ କରେ ସାଜି ବତ୍ସ୍ଯ ।
ଅଙ୍ଗାରକାମଳ କରଇ ଶୋଷଣ
ପରିବେଶ ହସପାଇଁ ,
ପ୍ରାଣୀଙ୍କ ସକାଶେ ଅମ୍ଳଜାନ ଦିଏ
କାର୍ପଣ୍ୟତା ଭାବନାଇଁ ।
ପ୍ରାଣୀ ଜଗତର ବୁଦ୍ଧିଆ ମଣିଷ
ବୃକ୍ଷକୁ ଛେଦନ କରେ ,
ସ୍ଵାର୍ଥପର ସାଜି ନଷ୍ଟକରେ ଆଜି
ବିଶ୍ଵାସରେ ବିଷଭରେ ।
