ନଇଁ ନାହିଁ ମଥା
ନଇଁ ନାହିଁ ମଥା
ଦେଇଥିଲି କଥା ନଇଁ ନାହିଁ ମଥା
କରିନି ମୁଁ ବେଇମାନି
ଶବ ମୋର ଆଜି ଉଠେ ଏ ଦେଶରୁ
ଶୁଭେ ବିଜୟର ଧ୍ଵନି ।
ଯୁଦ୍ଧ ମୁଁ କରିନି ବିଜୟୀ କିପରି
ମନରେ ମେଞ୍ଚାଏ ଗ୍ଳାନି
ଅତୃପ୍ତ ଆତ୍ମା ମୋ ଆଜି ବି ଖୋଜୁଛି
କୁଆଡ଼େ ଗଲେ ସେ ଖୁନି ।
ତଥାପି ମୋ ଦେଶ ଅଟେ ମହନୀୟା
ଘୋଡ଼ାଇ ପଣତ କାନି
ଦମ୍ଭ ସହକାରେ ଜଣାଇ ସଲାମ
କାନ୍ଦେ ପୁଣି ତୁନି ତୁନି ।
ମାଟି ମା ଆଖିରୁ ଲୁହ ପୋଛିବାକୁ
ଜାଳି ପ୍ରତିଶୋଧ ବହ୍ନି
ପ୍ରସ୍ତୁତ ହୁଅରେ ବୀର ସଇନିକ
ଏବେଠୁ ଶତ୍ରୁକୁ ଚିହ୍ନି ।
