Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayadeba Mahapatra

Others

3  

Jayadeba Mahapatra

Others

ନାଚିବ ତ୍ରିରଙ୍ଗା ଧରି

ନାଚିବ ତ୍ରିରଙ୍ଗା ଧରି

1 min
156


କେତେ ଥର ମୋତେ କହୁଥିଲ ସତେ

ସଅଳ ଆସିବି ଫେରି

ପେଟରେ ତୁମର ଛୁଆ ବଢ଼େ ମୋର

ବସିବନି ମନ ମାରି ।


ଆଖି ଲୁହ ଦେଖି ଛାତିରେ ଜାବୁଡ଼ି

କହି ଗଲ ମୋର କାନେ

ପ୍ରେମର ସନ୍ତକ ଯାହା ମୁଁ ଦେଇଛି

ରଖିବ ଅତି ଯତନେ ।


ଗୀତା ଭାଗବତ ପଢ଼ୁଥିବ ସଦା

ଅମୃତ ଚିନ୍ତନ କରି

ଦେଖିବ ଜନମି ବଢ଼ି ଗଲା ପରେ

ନାଚିବ ତ୍ରିରଙ୍ଗା ଧରି ।


କହିଥିଲ ପୁଣି ନାଁଆ ଦେବି ତାର

ଛୁଟିରେ ଫେରିଲେ ମୁହିଁ

ତୁମେ ଫେରିଗଲ ଅଫେରା ରାଇଜେ

ରହିଛି ମୁଁ ବାଟ ଚାହିଁ ।


ଜାଣିଛ ତୁମର ପୁଅଟେ ହୋଇଛି

ଅମୃତ ଲଗନ ବେଳେ

ଠିକ୍ ତୁମ ପରି ହୋଇଛି ସେ ସିନା

ଅନ୍ତରଟି ମୋର ଜଳେ ।


ଅବଶୋଷ ମୋର ତୁମେନାହଁ ପାଶେ

ଧରିବାକୁ ତାକୁ କୋଳେ

ବାପ ଛେଉଣ୍ଡ ଏ ପୁଅକୁ କିପରି

ମଣିଷ କରିବି ଭାଳେ ।


Rate this content
Log in