କାହାଣୀ ଯାଆନ୍ତା ସରି
କାହାଣୀ ଯାଆନ୍ତା ସରି
ଆସିବ ଆସିବ କହୁଥିଲ ତୁମେ
ଆସିଲ ନାହିଁ ତ କାହିଁ
ବସିଥିଲି ଅପଲକ ନୟନରେ
ତୁମରି ବାଟକୁ ଚାହିଁ ।
ହତାଶା ଭାବ ମୋ ମନେ ଖେଳିଗଲା
ଲୋତକ ପଡ଼ିଲା ଝରି
କେତେ ଦିନ ଆଉ ବସିଥିବି ଚାହିଁ
ଗୋଲାପକୁ ହାତେ ଧରି ।
ଦେଖିଲା ଲୋକ ତ କହନ୍ତି ପାଗଳ
ପ୍ରେମ ପାଇଁ ଯିବ ମରି
ମରିଗଲେ ସିନା କାହାଣୀ ଆମର
ଏଇଠୁ ଯାଆନ୍ତା ସରି ।

