ସାକ୍ଷୀ ଇତିହାସ ହେ ମହାପୁରୁଷ
ଜନ୍ମ ଭୂମି ମାଟି ଦେହରେ ବୋଳି
ସ୍ଵାଧୀନତା ପାଇଁ କରିଛ ଲଢ଼େଇ
ତିଳ ତିଳ ହୋଇ ଯାଇଛ ଜଳି |
କରିଥିଲ ପଣ କରିବ ସ୍ୱାଧୀନ
ଇଂରାଜୀ ଜାତିକୁ କେବେ ନ ଡରି
ଦେଶବାସୀ ପାଇଁ ଯାଇଛ ଆଗେଇ
ଆସି ନାହଁ ଆଉ ପଛକୁ ଫେରି |
ଭାରତ ଜନନୀ କାନ୍ଦେ ତୁନି ତୁନି
ଆଜି ବି ଝୁରୁଛି ତୁମକୁ ଦେଶ
ଫେରି ଆସ ଥରେ ଏ ଦେଶ ବୁକୁରେ
କୁଆଡ଼େ ଗଲ ହେ ବୀର ପୁରୁଷ |
ମୃତ୍ୟୁର ରହସ୍ୟ ଏବେ ବି ଅବଶ୍ୟ
ଦୋଳାୟିତ କରେ ମନକୁ ଆମ
ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେବୁ ଆମେ ତୋଳି
ପ୍ରଭାବିତ ହୋଇ ଆଦର୍ଶେ ତୁମ |