Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayadeba Mahapatra

Inspirational

3  

Jayadeba Mahapatra

Inspirational

ମୁହିଁରେ ଯବାନ

ମୁହିଁରେ ଯବାନ

1 min
229


ମୁହିଁରେ ଯବାନ ରଖିବି ସମ୍ମାନ

ଜୀବନ ବି ଦେବି ମୁହିଁ

କହୁଛି ମୁଁ ସତ କରିଛି ଶପଥ

ଜାତୀୟ ଧ୍ଵଜାକୁ ଚାହିଁ |


ଜୀବନର ରକ୍ତ ବିନ୍ଦୁ ଥିବା ଯାଏଁ

ଦେଶ ପାଇଁ ଲଢ଼ୁଥିବି

ଦେଶରେ ସୁରକ୍ଷା ପାଇଁକି ନିଶ୍ଚୟ

ନିଜକୁ ସମର୍ପି ଦେବି ।


ଶହୀଦ ଖବର ଯିବ ଯଦି ମୋର

ଝିଅକୁ ବୁଝେଇ ଦେବ

ମୁଣ୍ଡ ପିଟି କେବେ କାନ୍ଦିବନି ପ୍ରିୟା

ଦେଖି ଦେଇ ମୋର ଶବ ।


ସଲାମୀ ତୋପରେ ଶବ ମୋର ଯେବେ

ମଶାଣିରେ ଯିବ ଜଳି

ସେପାରିରୁ ଥାଇ ଖୁସି ହେବି ମୁହିଁ

ହୋଇ ଏ ଦେଶର ଧୂଳି ।


ଯଦି କେବେ କେହି ପଚାରେ ତୁମକୁ

ଗର୍ବ କରି କହୁଥିବ

ସ୍ଵାମୀ ମୋ ଜୀବନ ଦେଶ ପାଇଁ ଦେଲେ

ତାହା ହିଁ ତ ଗଉରବ ।


Rate this content
Log in

Similar oriya poem from Inspirational