STORYMIRROR

Jayadeba Mahapatra

Others

2  

Jayadeba Mahapatra

Others

ଓଡ଼ିଶାର ବୀର ପୁତ୍ର

ଓଡ଼ିଶାର ବୀର ପୁତ୍ର

1 min
726


କୁଆଡ଼େ ଗଲ ହେ ବୀର ସଇନିକ

ଦେଶ କାନ୍ଦେ ଖୋଜି ଖୋଜି

ରୁଧିର ଝରାଇ ଦେଶ ହିତ ପାଇଁ

ଅବିଳମ୍ବେ ଗଲ ହଜି |


ଶୁଖୁ ନାହିଁ ଲୁହ ଛାତିରେ ବି କୋହ

ମନଟା ଉଠେ ବିଳପି

ସାହି ପଡ଼ିଶାଠୁ ଏ ସାରା ବ୍ରହ୍ମାଣ୍ଡ

ଦୁଃଖକୁ ରଖନ୍ତି ଚାପି |


ବିନା ଯୁଦ୍ଧରେ ସେ ଷଡ଼ଯନ୍ତ୍ର କଲେ

ବିଶ୍ୱାସ ଘାତକ ଭଳି

ରକତେ ରଞ୍ଜିତ ହେଲା ଏ ଭାରତ

ଆତଙ୍କ ନିଆଁରେ ଜଳି |


ଜୀବନ ଉତ୍ସର୍ଗ କରି ଦେଶ ପାଇଁ

ଶୋଇ ଗଲ ଆଖି ବୁଜି

ଓଡ଼ିଶା ପକ୍ଷରୁ ଭାଗିଦାରୀ ହେଲ

ଜୀବନ ଲଗେଇ ବାଜି |


ଓଡ଼ିଶା ମାଟିର ବୀର ପୁତ୍ର ତୁମେ

ଦେଶ ପ୍ରେମେ ଗଲ ଭିଜି

ଚିର ଦିନ ପାଇଁ ହୋଇଲ ଅମର

ଦେଶର ସେବକ ସାଜି |


ଯିଏ କହିଲେ ବି ଯାହା କହୁ ପଛେ

ଗରବରେ ଯାଉ ମଜ୍ଜି

ତୁମ ପାଇଁ ଗର୍ବ କରୁଛି ଓଡ଼ିଶା

ବିଶ୍ବ ଦରବାରେ ଆଜି |



Rate this content
Log in