Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayadeba Mahapatra

Others

3  

Jayadeba Mahapatra

Others

ସ୍ଵାଗତ ଅଭିନନ୍ଦନ

ସ୍ଵାଗତ ଅଭିନନ୍ଦନ

1 min
419



ଆଜି ଖୁସି ଦିନ ହେ ଅଭିନନ୍ଦନ

ସ୍ୱାଗତେ ଭାରତ ବାସୀ

ସଭିଏଁ ମଗନ ଏ ଶୁଭ ଲଗନ

ପହଞ୍ଚି ଗଲାରେ ଆସି |


ଦେଖାଇଲ କରି ଯିବି ପଛେ ମରି

ଖୋଲିବିନି ମୋର ପାଟି

ଜୀବନଠୁ ବଳି ମୋ ଦେଶର ଧୂଳି

ବଡ଼ ଅଟେ ଜନ୍ମ ମାଟି |


ମାତୃଭୂମି ପାଇଁ ଲଢ଼ୁଥିବି ମୁହିଁ

ପଡ଼ିବିନି କେବେ ଝୁଣ୍ଟି

ଶତ୍ରୁର ଆଗରେ କହିଲ ଧୈର୍ଯ୍ୟରେ

ଗଲେ ଯାଉ ଶିର କଟି |


ଧନ୍ୟ ତୁମେ ବୀର ଭାଙ୍ଗି ସେ ପ୍ରାଚୀର

ଶତ୍ରୁର ବକ୍ଷକୁ ଚିରି

ଅଦମ୍ୟ ସାହସ ବୀରତ୍ଵ ଫଳରେ

ସ୍ଵଦେଶେ ଆସିଛ ଫେରି |


ଆନନ୍ଦ ଉଲ୍ଲାସେ ଭାରତ ମା ହସେ

ତୁମକୁ ପୁଣି ସେ ଭେଟି

ଏ ଦେଶର ଜନ ଆତ୍ମୀୟ ସ୍ୱଜନ

ଖୁସିରେ ପଡ଼ନ୍ତି ଫାଟି |


ସୈନିକଟେ କେବେ ପଡ଼ିଲେ ସଙ୍କଟେ

କାନ୍ଦି ଉଠେ ସାରା ଦେଶ

ଈଶ୍ଵରଙ୍କ ପାଶେ କରନ୍ତି ପ୍ରାର୍ଥନା

ବୀର ମୁହେଁ ଫୁଟୁ ହସ |


ସ୍ୱାଗତ କରୁଛୁ ତୁମକୁ ହେ ବୀର

ତ୍ରିରଙ୍ଗା ପତାକା ଧରି

ଗରବ ଲାଗୁଛି ଆମେ ଭାରତୀୟ

କିଏ ଅଛି ଆମ ପରି |


Rate this content
Log in