Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayadeba Mahapatra

Inspirational Others

3  

Jayadeba Mahapatra

Inspirational Others

ହେ ବୀର ଅଭିନନ୍ଦନ

ହେ ବୀର ଅଭିନନ୍ଦନ

1 min
146


ଶତ୍ରୁର ମୁଲକେ ଧୈର୍ଯ୍ୟ ସହକାରେ

ଉଚ୍ଚା କରି ନିଜ ମଥା

ଭାରତ ମାଟିର ବୀର ପରା ତୁମେ

ଗାଇବ ବିଜୟ ଗାଥା ।


ତୁମ ପଛେ ଆଜି ସାରା ଦେଶ ଅଛି

ଉଣା କରିବନି ମନ

ବିଜୟ ନିଶ୍ଚିତ ହୋଇବ ତୁମର

ହେ ବୀର ଅଭିନନ୍ଦନ ।


ବିଶ୍ବ ସମୁଦାୟ ଭାରତ ସାଥିରେ

ଯିବ ନାହିଁ କେବେ ଡରି

କର୍ତ୍ତବ୍ୟ ତୁମର କରି ଚାଲ ମନେ

ଅଦମ୍ୟ ସାହସ ଭରି ।


ମାତୃଭୂମି ସେବା ଠାରୁ ବଳି ଆଉ

କେଉଁ କାମ ଅଛି କୁହ

ଯେଉଁ ମାତୃଭୂମି ପାଣି ପବନରେ

ଗଢ଼ା ହେଇଛି ଏ ଦେହ ।


ଆତଙ୍କିତ ହୋଇ ଖୋଲିବାର ନାଇଁ

କେବେ ତୁମେ ତୁମ ପାଟି

ଯେଉଁଥିପାଇଁକି ଲୋକହସା କେବେ

ନ ହେଉ ଏ ଜନ୍ମ ମାଟି ।


ଉଦ୍ଧାର କରିବା ପାଇଁ ତୁମକୁ ହେ

ଚେଷ୍ଟା କରୁ ଅବିରତ

ସମୟ ଲାଗିବ ସେଥିପାଇଁ ନିଶ୍ଚେ

ଶୁଣ ଆହେ ବୀର ସୁତ ।


Rate this content
Log in

Similar oriya poem from Inspirational