STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational

ସଂଗ୍ରାମୀ ବାଜିଆ

ସଂଗ୍ରାମୀ ବାଜିଆ

1 min
282

ଢେଙ୍କାନାଳ ଜିଲ୍ଲା ଭୁବନ ମଣ୍ଡଳ

   ନିଳକଣ୍ଠପୁର ଗ୍ରାମ ।

ଜନମ ଲଭିଲ ନାବିକ ବଂଶରେ

  ବାଜିଆ ତୁମର ନାମ ।୧।

ବାର ବୟସରେ ବାନର ସେନାରେ

  ପ୍ରଜାମଣ୍ଡଳୀ ସାଥିରେ ।

ରାତ୍ରୀ ଜଗୁଆଳି ହୋଇଥିଲ ତୁମେ

  ବ୍ରାହ୍ମଣୀ ନଦୀ ଘାଟରେ ।୨।

ସ୍ୱାଧୀନତା ପାଇଁ ସଂଗ୍ରାମରେ ରତ

   ପ୍ରଜା ମଣ୍ଡଳୀ ନିଷ୍ପତି ।

କିଶୋର ବୟସେ ନଦୀ କୂଳେ ରହି

   ପାହୁଥିଲା ତୁମ ରାତି ।୩।

ଫିରିଙ୍ଗି ପୋଲିସ ଆସିଲେ ଝପଟି 

  ବ୍ରାହ୍ମଣୀ ନଦୀର କୂଳେ ।

ନଦୀ ପାର ହୋଇ ଯିବାକୁ ସେପାରି

  ରାତ୍ରୀ ଅନ୍ଧକାର ବେଳେ ।୪।

ମନା କରିଦେଲ ପାରି କରିବାକୁ

  ଇଂରେଜ ପୋଲିସ ଦେଖି ।

ରାଗେ ଜରଜର ହେଲେ ଗରଗର

 ଦେଖେଇଲେ କ୍ରୋଧେ ଆଖି ।୫।

ଖାତିରି ନ କରି କ୍ରୋଧରେ ନ ଡରି

   ଡଙ୍ଗାରେ ରହିଲ ବସି ।

ସାହାସକୁ ଦେଖି ଇଂରେଜ ପୋଲିସି

   ବନ୍ଧୁକରୁ ଗୁଳି ଖସି ।୬।

ଶିର ବିଦ୍ଧ କଲା ରକ୍ତରେ ରଂଜିଲା

   ବ୍ରାହ୍ମଣୀ ନଦୀର ଜଳ ।

ଦେଶପାଇଁ ଦେଲ ପ୍ରାଣ ବଳୀଦାନ

  ଯଶ ରଖି କାଳ କାଳ ।୭।

କିଏ ଜାଣିଥିଲା ସେଇ ରାତି ହେବ

   ତୁମ ପାଇଁ ଶେଷ ରାତି ।

ଦେଶ ମାତୃକାର ରକ୍ଷା କରିବାକୁ

  ପାରିଦେବ ତୁମ ଛାତି ।୮।

ଧନ୍ୟ ଦେଶପ୍ରେମୀ ମହାନ ସଂଗ୍ରାମୀ 

   ଧନ୍ୟ ତୁମ ପରାକ୍ରମ ।

ବୀର ପ୍ରସବିନୀ ଉତ୍କଳ ଜନନୀ

  କୋଳରେ ତୁମର ଜନ୍ମ ।୯।

ବର ବୀରପୁତ୍ର ହେ ବାଜି ରାଉତ

  ମହାନ ତୁମର କୀର୍ତ୍ତି ।

ଓଡ଼ିଆ ମାଟିରେ ଅମ୍ଳାନ ପ୍ରତିଭା

  ଚିରଞ୍ଜିବୀ ତୁମ ସ୍ମୃତି ।୧୦।

ଜୟନ୍ତୀରେ ତଵ ହୃଦୟରୁ ମୋର

   ଦେଉଅଛି ଶ୍ରଦ୍ଧାଞ୍ଜଳି ।

ପୁନର୍ଜନ୍ମ ନେଇ ଫେରିଆସ ଥରେ

  ଦେଶପ୍ରେମୀ ବାହୁବଳୀ ।୧୧।

ଇଂରେଜ ଯେସନେ ରାବଣ ଦେଶରେ

   ଦୁର୍ନୀତିରେ ସଦା ଲିପ୍ତ ।

ସ୍ୱାଧୀନ ଦେଶରେ ପରାଧିନ ଜନେ

   ହେଉଛନ୍ତି ହନ୍ତସନ୍ତ ।୧୨।

ତୁମେ ଦେଶପ୍ରେମୀ ବାଲ୍ୟରୁ ସଂଗ୍ରାମୀ

   ଫେରି ଆସ ଆଉଥରେ ।

ରାବଣ ହତରେ ପୂର୍ଣ୍ଣ ସ୍ୱାଧୀନତା

  ଆସୁ ଭାରତ ବର୍ଷରେ ।୧୩।



Rate this content
Log in

Similar oriya poem from Inspirational