ଭୂତ ଓ ଭୂତକୋଠି
ଭୂତ ଓ ଭୂତକୋଠି
ଏ ଦେହରେ ବାସ ପଞ୍ଚଗୋଟି ଭୂତ
ମାଟି ଜଳ ବାୟୁ ଅଗ୍ନି ଆକାଶ
ପଞ୍ଚଭୂତଙ୍କର ଲୀଳାଖେଳା ଚାଲେ
ଭୂତକୋଠି ଅଟେ ଏ ଶରୀର ।
ପାଞ୍ଚମନ ଆଉ ପଚିଶ ପ୍ରକୃତି
ଅଦ୍ଭୁତ ଗୁଣଧାରୀ ମଣିଷ
ଏ ସୃଷ୍ଟିରେ ଶ୍ରେଷ୍ଠ ମନୁଷ୍ୟ ଅଟେ
ସ୍ରଷ୍ଟାଙ୍କର ଶ୍ରେଷ୍ଠ କୃତି ଅବଶ୍ୟ ।
ଭୂତ ଭୂତ ଶୁଣି ଭାରି ଡରଲାଗେ
ମନୁଷ୍ୟ ଯେ ବଡ ଭୂତ
ଭାରି ବିସ୍ମୟ ମସ୍ତିଷ୍କ ତାହାରି
ପଞ୍ଚେନ୍ଦ୍ରିୟଙ୍କ ଅଟେ ବଶ ।
ମସ୍ତିଷ୍କକୁ କାବୁ କରି ନପାରିଲେ
ଭୂତ ପଶିଯିବ ମନେ
ନାନା ଅପଦ୍ରବ କରିବ ଶରୀରେ
ଏ କଥାକୁ ହେଜ କ୍ଷଣେ ।
ପଞ୍ଚେନ୍ଦ୍ରିୟଙ୍କୁ ରଖ ହେ ବଶରେ
ଭୂତକୋଠି ନହେଉ ଶରୀର
ଉତ୍ତମ ବିଚାର ଆଚାର ସଂହିତା
ଜ୍ଞାନଅର୍ଜନରେ ଦିଅ ମନ ।
